କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ୭ ମୃତ , ୩ ଗୁରୁତର
ପଶ୍ଚିମବଙ୍ଗର ବୀରଭୂମ ଜିଲା ଅନ୍ତର୍ଗତ ଗଙ୍ଗାରାମଚକ-ଭଦୁଳିଆ କୋଇଲା ଖଣିରେ ସୋମବାର ସକାଳେ ବିସ୍ଫୋରଣ ଘଟି ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଏକ ଟ୍ରକରେ ରଖାଯାଇଥିବା ବିସ୍ଫୋରକରେ ବିସ୍ଫୋରଣ ଘଟିବାରୁ ଏଭଳି ଅଘଟଣ ଘଟିଛି। ଆହତମାନଙ୍କୁ ସୁରିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତକଙ୍କ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଏବଂ ଟ୍ରକରେ ରଖାଯାଇଥିବା ଲୁହା ସ୍କ୍ରାପ ୫୦୦ ମିଟର ଦୂରରେ ପଡ଼ିଥିଲା।












Click it and Unblock the Notifications