ସପ୍ତାହେ ଯାଏଁ ପ୍ରବଳ ବର୍ଷା!
ବୁଧବାର ବର୍ଷାରେ ବେହାଲ ହୋଇଥିବା ଦିଲ୍ଲୀ ପାଇଁ ପୁଣି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆଗାମୀ ଦିନେ କି ଦୁଇ ଦିନ ନୁହେଁ ବରଂ ସପ୍ତାହେ ପାଇଁ ଜାରି କରାଯାଇଛି ସତର୍କ ସୂଚନା । ଆଗାମୀ ୭ ଦିନ ଧରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଦିଲ୍ଲୀ ଏନସିଆରରେ ଏହି ବର୍ଷାର ପ୍ରଭାବ ଅନୁଭୂତ ହେବ ।
ତେବେ ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷାରେ ବେହାଲ ହୋଇଛି ଦିଲ୍ଲୀ । ଗରମରୁ ଏହି ବର୍ଷା ସାମାନ୍ୟ ଆଶ୍ବସ୍ତି ଦେଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି । ଗତକାଲି ସକାଳ ଠାରୁ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଦ୍ବିପର ଯାଏଁ ରହି ରହି ବର୍ଷୁଥିଲା ଏବଂ ପରେ ହଠାତ୍ ଛାଡିଯାଇଥିଲେ ବି ଆକାଶ ମେଘାଛନ୍ନ ଥିଲା ।













Click it and Unblock the Notifications