୭ କୋଟି ଟଙ୍କା ମୂଲ୍ୟର ମଦ ଉପରେ ଚଢିଲା ଜେସିବି
୭ କୋଟି ଟଙ୍କା ମୂଲ୍ୟର ବେଆଇନ ମଦ ଉପରେ ଚଢିଲା ଜେସିବି । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ପୋଲିସ ଚୋରା ଚାଲାଣକାରୀଙ୍କ ନିକଟରୁ ଜବତ କରିଥିବା ମଦ କୋର୍ଟର ନିର୍ଦ୍ଦେଶ ପରେ ନଷ୍ଟ ହୋଇଯାଇଛି ।

ଗୌତମ ବୁଦ୍ଧ ନାଗର ପୋଲିସ ଦ୍ୱାରା ବେଆଇନ ମଦ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ମଦ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ସହ ୭ କୋଟି ଟଙ୍କା ମୂଲ୍ୟର ବେଆଇନ ମଦ ଜବତ କରାଯାଇଥିଲା ।
ପୋଲିସ ଦାୟିତ୍ୱରେ ରଖାଯାଇଥିବା ବେଆଇନ ମଦକୁ ଜିଲ୍ଲା କୋର୍ଟର ନିର୍ଦ୍ଦେଶ ପରେ ନଷ୍ଟ କରାଯାଉଛି । ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ଜବତ ହୋଇଥିବା ମଦକୁ ଦାଦ୍ରି ପୋଲିସ ନଷ୍ଟ କରିଦେଇଛି । ପ୍ରାୟ ୫୦୦ ମଦ ଚୋରା ଚାଲାଣକାରୀଙ୍କଠାରୁ ୧,୨୭,୦୦୦ ଲିଟର ବେଆଇନ ମଦ ଉଦ୍ଧାର କରାଯାଇଥିଲା । ଚୋରା ଚାଲାଣକାରୀଙ୍କ ନିକଟରୁ ଉଦ୍ଧାର ହୋଇଥିବା ୧ ଲକ୍ଷ ୧୭ ହଜାର ଲିଟର ମଦ ଦାଦ୍ରି ପୋଲିସ ଷ୍ଟେସନର ମାଲିକାନାରେ ରଖାଯାଇଥିଲା ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ଦିନ ପୋଲିସ ମାଲିକାନାରୁ ମଦ ବାହାର କରି ଜେସିବି ଦ୍ୱାରା ନଷ୍ଟ କରାଯାଇଛି । ପ୍ରାୟ ୧,୧୭,୦୦୦ ଲିଟର ମଦ ନଷ୍ଟ ହୋଇଯାଇଥିବା ନେଇ ସୂଚନା ରହିଛି । ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ବୋଲି କୁହାଯାଉଛି ।












Click it and Unblock the Notifications