ପିତାମାତାଙ୍କ ଏହି ସବୁ ଅଭ୍ୟାସ ପିଲାଙ୍କ ମନରେ ଦେଇଥାଏ ଆଘାତ, ଜାଣନ୍ତୁ କିଭଳି ଏଥିରୁ ଦୂରେଇ ରହିବେ

କଥାରେ ଅଛି ଛୋଟ ପିଲାଙ୍କ ହୃଦୟ ଫୁଲ ଭଳି କୋମଳ ହୋଇଥାଏ । ତେଣୁ ତାଙ୍କ କୋମଳ ହୃଦୟ କୁ ଖୁବ ଶୀଘ୍ର ଆଘାତ ଲାଗିଥାଏ ବେଳେବେଳେ ଏହି ଆଘାତ ଏତେ ଗଭୀର କ୍ଷତ ଦେଇଥାଏ ଯେ ଯାହାକି ମାନସିକ ପୀଡା ଆଡକୁ ଟାଣି ନେଇଥାଏ । ବଡ଼ ହେବା ପରେ ମଧ୍ୟ ଏହା ସେମାନଙ୍କୁ ମାନସିକ ସ୍ତରରେ ଭାରାକ୍ରାନ୍ତ କରିଥାଏ ।

ଏଥିପାଇଁ ଅନେକ ସମୟରେ ପିଲା ମାନଙ୍କର ପାରିପାର୍ଶିକ ପରିସ୍ଥିତି ଓ ପିତାମାତା ଦାୟୀ ରହିଥାଆନ୍ତି ବୋଲି ରିସର୍ଚ୍ଚ ରେ ଖୁଲାସା ହୋଇଛି । ଯାହାକି ଛୋଟ ବେଳରୁ ପିଲାଙ୍କ କୋମଳ ହୃଦୟରେ ଗଭୀର ଆଘାତ ଦେଇଥାଏ । ବୋଲି ଶିଶୁ ମନୋବିଜ୍ଞାନୀ ମାନେ ମତ ଦେଇଛନ୍ତି । ସେଥିପ୍ରତି ପ୍ରତ୍ୟେକ ମାତାପିତା ଙ୍କୁ ସନ୍ତାନ ମାନଙ୍କ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ମଧ୍ୟ ଡିଜାଇଛି । ପିତାମାତା ଙ୍କ କେଉଁ କେଉଁ ଅଭ୍ୟାସ ପିଲାଙ୍କ ମନରେ ଆଘାତ ଦେଇଥାଏ

୧. ଅନେକ ସମୟରେ ମାତାପିତାଙ୍କ ବ୍ୟବହାର ପିଲା ମାନଙ୍କ ପ୍ରତି ଏପରି ପରିସ୍ଥିତି ସୃଷ୍ଟି କରିଥାଏ ଯାହାକି ତାଙ୍କୁ ଖୁବ କଷ୍ଟ ଦେଇଥାଏ । ମାତାପିତା ନିଜର ମାନସିକ ଚିନ୍ତା କୁ ଦୂର କରିବା ପାଇଁ ଯେ କୌଣସି ସ୍ଥାନରେ ପିଲା ମାନଙ୍କ ଉପରେ ଚିଲେଇ କଥାବାର୍ତା କରି ଥାଆନ୍ତି । ଏହାଦ୍ୱାରା ପିଲାମାନେ ଛୋଟ ଛୋଟ କଥାରେ ଅନେକ ସମୟରେ ମିଛ ର ସାହାଯ୍ୟ ନେଇ ଥାଆନ୍ତି ।

୨.ବଡ଼ ହୁଅନ୍ତୁ ସାନ ହୁଅନ୍ତୁ କଦାପି ଚାହିଁ ନଥାଆନ୍ତି ଅଜଣା ଲୋକ ଙ୍କ ସମୁଖରେ ତାଙ୍କର ନିନ୍ଦା ହେଉ । ଯଦି ପିଲାଙ୍କ ସହିତ ଏହା ଘଟିଥାଏ ତେବେ ଏହା ତାଙ୍କର କୋମଳ ମନରେ ଆଘାତ ଦେଇଥାଏ । ଏହାଦ୍ୱାରା ପିଲା ମାନଙ୍କ ର ଆତ୍ମବିଶ୍ୱାସ ର ହାନି ହୋଇଥାଏ ଏବଂ ପିଲା ମାନସିକ ଚାପର ଶିକାର ହୋଇଥାଏ ।

୩. ଅନେକ ସମୟରେ ପିଲାମାନେ ନିଜ ସାଙ୍ଗ ମାନଙ୍କୁ କିଛି କରୁଥିବାର କିମ୍ବା ଟିଭି ରେ କିଛି ଦେଖୁ କରିବାକୁ ଚେଷ୍ଟା କରି ଥାଆନ୍ତି । ଅନେକ ସମୟରେ ପିଲା ମାନେ ଏତେ ଅଧିକ ମାତ୍ରାରେ ଏଭଳି କାର୍ଯ୍ୟକୁ ମନରେ ଭାବି ନିଅନ୍ତି ଯେ ସେମାନେ ନିଜେ କରିବାକୁ ଭାବି ଥାଆନ୍ତି । ଏପରି ସମୟରେ ଯଦି ତାହା ଗୋଟିଏ କିଛି ଇନୋଭେଟିବ କାର୍ଯ୍ୟ ତେବେ ପିତାମାତା ଉଭୟ ତାହାକୁ ପ୍ରୋତ୍ସାହିତ କରିବା ଜରୁରୀ । ଯଦି କିଛି ଭୂଲ କାର୍ଯ୍ୟ ତେବେ ବୁଝାଇ ସୁଝାଇ ଦୁରେଇ ରଖୁବା ଜରୁରୀ ।

7 biggest parenting mistakes
୪. ପିତାମାତା ପିଲା ମାନଙ୍କ ଇମୋସନ କୁ ବୁଝି ତାଙ୍କୁ ଆଦର ଓ ସ୍ନେହ କରିବା ଆବଶ୍ୟକ । ପ୍ରତ୍ୟେକ କାର୍ଯ୍ୟରେ ସ୍ନେହ ଆଦର ଦେଖାଇବା ପରିବର୍ତେ ଯଦି ଚିତ୍କାର ଛାଡି ରାଗିବା ଆରମ୍ଭ କରିବେ ତେବେ ପିଲାଙ୍କୁ ନିକଟରେ ଆପଣ ସର୍ବଦା ଗୋଟିଏ ଦୋଷୀ ହୋଇ ରହିଯିବେ ଏବଂ ଏହା ପିଲାଙ୍କ ଭବିଷ୍ୟତ କୁ ପ୍ରଭାବିତ କରିବ ।

୫. ପିତାମାତା ନିଜ ମଧ୍ୟରେ ଯେବେବି ପାଟିତୁଣ୍ଡ ହେଉଛନ୍ତି ସେତେବେଳେ ପିଲା ମାନଙ୍କ ସମୁଖରେ କ୍ରୋଧ କୁ ସମ୍ବରଣ କରନ୍ତୁ । ନଚେତ ଏହା ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ପିଲାମାନେ ଭୟଭୀତ ହୋଇ ରହି ଥାଆନ୍ତି । ନିଜ ମନର ଭାବନା ଅନ୍ୟ ନିକଟରେ ପ୍ରକାଶ କରନ୍ତି ନାହିଁ ଓ ମାନସିକ ଚାପରେ ପ୍ରଭାବିତ ହୋଇ ଥାଆନ୍ତି ।

୬.ପିଲାମାନେ ନିଜ ଭୂଲ ରୁ ସବୁକିଛି ଶିକ୍ଷା ଗ୍ରହଣ କରନ୍ତି । ତେଣୁ ସେମାନଙ୍କୁ ଶିଖୁବା ପାଇଁ ପ୍ରୋତ୍ସାହିତ କରିବା ଜରୁରୀ । ଏହାଦ୍ୱାରା ପିଲା ମାନଙ୍କର ବୁଦ୍ଧି ର ବିକାଶ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+