Get Updates
Get notified of breaking news, exclusive insights, and must-see stories!

ଆସିଲା ୭ ବିଧାନସଭା ଉପ-ନିର୍ବାଚନ ଫଳାଫଳ: ଜାଣନ୍ତୁ, କେଉଁଠି ଜିତିଲା କେଉଁ ଦଳ ?

By Elections Result 2023: ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ୬ଟି ସ୍ଥାନରୁ ଫଳାଫଳ ଆସି ସାରିଛି । ଯେଉଁଥିରେ ବିଜେପି ତ୍ରିପୁରାରେ ଦୁଇଟି ଏବଂ ଉତ୍ତର ପ୍ରଦେଶରେ ଗୋଟିଏ ସିଟ୍ ଜିତିଛି । କେରଳର ପୁଥୁପଲ୍ଲୀ ଆସନ କଂଗ୍ରେସ ପାଖକୁ ଯାଇଛି । ସେହିପରି ତୃଣମୂଳ କଂଗ୍ରେସ ବଙ୍ଗଳାରେ ଗୋଟିଏ ଆସନ ଜିତିଛି ।

ତ୍ରିପୁରାରେ ୨ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେପି ବାଜିମାତ କରିଛି । ବକ୍ସାନଗର ବିଧାନସଭା କ୍ଷେତ୍ରରେ ବିଜପେି ପ୍ରାଥୀ ତଫଜ୍ଜଲ ହୁସେନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସିପିଆଇ (ଏମ୍) ପ୍ରାର୍ଥୀ ମିଜନ ହୁସେନଙ୍କୁ ପରାଜିତ କରିଛନ୍ତି । ସେହିଭଳି ଧନପୁର ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ ସିପିଆଇଏମ ପ୍ରାର୍ଥୀ କୌଶିକ ଚନ୍ଦାଙ୍କୁ ପରାଜିତ କରିଛନ୍ତି ।

By Elections Result 2023

ସେହିପରି ଉତ୍ତରାଖଣ୍ଡର ବାଗେଶ୍ୱର ଆସନରୁ ବିଜେପିର ପାର୍ବତୀ ଦାସ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବସନ୍ତ କୁମାରଙ୍କୁ ପରାସ୍ତ କରିଛନ୍ତି । ବିଧାୟକ ଚନ୍ଦନ ରାମ ଦାସଙ୍କ ମୃତ୍ୟୁ ପରେ ବିଜେପି ତାଙ୍କ ପତ୍ନୀ ପାର୍ବତୀ ଦାସଙ୍କୁ ଏହି ଆସନରେ ପ୍ରାର୍ଥୀ କରିଥିଲା ।

ସେହିପରି କେରଳର ପୁଥୁପଲ୍ଲୀରେ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି । କଂଗ୍ରେସ ପ୍ରାର୍ଥୀ ପୁଥୁପଲ୍ଲୀ ଆସନରେ ୩୬ ହଜାରରୁ ଅଧିକ ଭୋଟ୍ ହାସଲ କରିଛି । କଂଗ୍ରେସ ପ୍ରାର୍ଥୀ ଚଣ୍ଡି ଓମେନ୍ ସିପିଆଇ (ଏମ୍) ର ଜ୍ୟାକ୍ ସି ଥୋମାସଙ୍କୁ ପରାସ୍ତ କରିଛନ୍ତି ।

ଅନ୍ୟପଟେ ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ତୃଣମୂଳ କଂଗ୍ରେସ ଜିତିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ଗଣନା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟିଏମସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ଏବଂ ବିଜେପିର ତାପସୀ ରୟଙ୍କ ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ହୋଇଥିଲା । ଶେଷରେ ଟିଏମସି ପ୍ରାୟ 4000 ଭୋଟରେ ବିଜେପିକୁ ପରାସ୍ତ କରିଛି ।

ସେହିପରି ୟୁପିର ଘୋସି ଆସନରେ ସମାଜବାଦୀ ପାର୍ଟି (ଏସପି) ର ସୁଧାକର ସିଂ I.N.D.I.A ସହଯୋଗୀ ଦଳ ପକ୍ଷରୁ ବିଜୟୀ ହୋଇଛନ୍ତି । ସୁଧାକର 42672 ଭୋଟରେ ବିଜେପିର ଦାରା ସିଂଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ସମ୍ପର୍କରେ ଏସପି ନେତା ଶିବପାଲ ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଝାଡଖଣ୍ଡର ଡୁମ୍ରି ଆସନରୁ ଝାଡଖଣ୍ଡର ମୁଖୀ ମୋର୍ଚ୍ଚା (ଜେଏମ୍ଏମ୍) ର ଶିଶୁ ଦେବୀ ଡୁମ୍ରି ବିଜୟୀ ହୋଇଛନ୍ତି । ଯଦିଓ ଏହାର ସରକାରୀ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ, କିନ୍ତୁ ପରିସଂଖ୍ୟାନ ଅନୁଯାୟୀ ସେ ଏନଡିଏରୁ AJSU ପ୍ରାର୍ଥୀ ଯଶୋଦା ଦେବୀଙ୍କୁ 13000 ହଜାର ଭୋଟରେ ପରାସ୍ତ କରିଛନ୍ତି ।

ସୂଚନାଥାଉ କି, ସେପ୍ଟେମ୍ବର ୨ ରେ ତ୍ରିପୁରାର ୨ଟି ଆସନ ବକ୍ସନଗର ଏବଂ ଧନପୁର, ପଶ୍ଚିମବଙ୍ଗର ଧୁପଗୁଡୀ, ଝାଡଖଣ୍ଡର ଡୁମରି ଆସନ, ଉତ୍ତରାଖଣ୍ଡର ବାଗେଶ୍ୱର ଏବଂ ଉତ୍ତରପ୍ରଦେଶର ଘୋସି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+