ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ଘଟଣା: ୭ ରୋଡ ରୋମିଓ ଗିରଫ ହେବାର ୪ ଘଣ୍ଟା ମଧ୍ୟରେ ପାଇଲେ ଜାମିନ
ଭୁବନେଶ୍ୱର: ରାସ୍ତାରେ କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ୭ ଜଣ ଯୁବକଙ୍କୁ ମିଳିଲା ଜାମିନ । ସେନାବାହିନୀର ମେଜର ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ କମିସନରେଟ୍ ପୁଲିସ ଅନ୍ତର୍ଗତ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ ଜାମିନ୍ ମିଳିଛି।
ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ଅଭିଯୁକ୍ତମାନଙ୍କୁ ଗିରଫର କରାଯିବାର ପ୍ରାୟ ୪ ଘଣ୍ଟା ମଧ୍ୟରେ ଜାମିନ୍ ମିଳିଛି। ସୂଚନାଥାଉ କି, ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଥିଲା ପୋଲିସ ।

ଚନ୍ଦକା ପୋଲିସ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ । ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି । ହେଲେ ସେଦିନ ସେମାନେ ଏତେ ରାତିରେ ସେଠି କ'ଣ କରୁଥିଲେ ସେନେଇ କିଛି ଜଣା ପଡିନି ।
ତେବେ ୭ ଜଣ ଅଭିଯୁକ୍ତଙ୍କ କହିବା ଅନୁସାରେ, ଆମେ କେହି ହାତ ଉଠାଇ ନାହୁଁ। ମେଜରଙ୍କ ବାନ୍ଧବୀ ଜଣଙ୍କ ଆଗ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ସେମାନେ ନିଶାରେ ଥିଲେ ଆମ ସହ ଆଗୁଆ ଯୁକ୍ତିତର୍କ କରିଥିଲେ। ଭିଡିଓରେ ଦେଖିପାରିବେ ମେଜର ଜଣକ ଆମକୁ ଠେଲାପେଲା କରିଥିଲେ। ଭରତପୁର ଥାନାରେ କ'ଣ ଘଟିଛି ଆମେ ଜାଣିନୁ। ଏସମ୍ପର୍କରେ ମାଡାମ ଗଣମାଧ୍ୟମରେ ମତ ଦେଇଛନ୍ତି।












Click it and Unblock the Notifications