ରାଜସ୍ଥାନ ବିଧାନସଭା ନିର୍ବାଚନ: ଅପରାହ୍ନ ୫ଟା ପର୍ଯ୍ୟନ୍ତ ୬୮.୨୪% ମତଦାନ
Rajasthan Assembly Election 2023 Update: ଆଜି ସକାଳ 7 ଟାରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ମତଦାନ ଶେଷ ହୋଇଥିଲା । ଏଥର ରାଜସ୍ଥାନର ମୋଟ 200 ଟି ସିଟ୍ ମଧ୍ୟରୁ 199 ଟି ସିଟ୍ ଉପରେ ଭୋଟିଂ ହେଉଛି । କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କୁନାରଙ୍କ ମୃତ୍ୟୁ କାରଣରୁ କରଣପୁର ଆସନରେ ମତଦାନ ସ୍ଥଗିତ ରଖାଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାଜସ୍ଥାନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଥର ସିଧାସଳଖ ପ୍ରତିଯୋଗିତା ହେଉଛି। ଭୋଟ୍ ପାଇଁ ରାଜ୍ୟରେ ମୋଟ 51,890 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରାୟ 12,500 ମତଦାନ ବୁଥ ଏଥିରେ ସମ୍ବେଦନଶୀଳ ରହିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଶେଷ ହୋଇଛି ।

ରାଜସ୍ଥାନ ବିଧାନସଭା ନିର୍ବାଚନରେ ଅପରାହ୍ନ 5 ଟା ପର୍ଯ୍ୟନ୍ତ 68.24% ମତଦାନ ହୋଇଥିବା ବେଳେ, ଅପରାହ୍ନ 3 ଟା ପର୍ଯ୍ୟନ୍ତ 55.63% ମତଦାନ ହୋଇଥିବା ନେଇ ସୂଚନା ମିଳିଥିଲା ।
ସୂଚନାଥାଉ ଯେ, ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା ଘଟଣା ଦେଖିବାକୁ ମିଳିଥିଲା । ଭୋଟିଂ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ହୋଇଥିଲା । ସେହିପରି ଅନ୍ୟ ଦୁଇଟି ଭୋଟିଂ ବୁଥରେ ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେହିପରି ଏହି ଆକ୍ରମଣ ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ । ଏହି ଆକ୍ରମଣକୁ ନେଇ ମନ୍ତ୍ରୀ ରାମଲାଲ କହିଛନ୍ତି, ମୁଁ କାହାକୁ ଭୟ କରେ ନାହିଁ, ମଣ୍ତଳବାସୀଙ୍କ ଆଶାର୍ବାଦ ମୋ ସହ ସହ ରହିଛି ।
ସୂଚନାଥାଉ ଯେ, ଏଥର ରାଜସ୍ଥାନର ମୋଟ ଭୋଟରଙ୍କ ସଂଖ୍ୟା ୫.୨୯ କୋଟିରେ ପହଞ୍ଚିଛି, ଯେଉଁମାନେ ୫୨ ହଜାର କେନ୍ଦ୍ରରେ ଭୋଟ୍ ଦେଉଛନ୍ତି । ସକାଳ ସାତଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଧାଡି ଦେଖିବାକୁ ମିଳିଥିଲା । ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୨୩ରେ ୧୮୬୨ ଜଣ ପ୍ରାର୍ଥୀ ଅଛନ୍ତି, ଯାହାଙ୍କ ଭାଗ୍ୟ ଆଜି ୫.୨୫ କୋଟିରୁ ଅଧିକ ଭୋଟରଙ୍କ ଦ୍ୱାରା ସ୍ଥିର ହୋଇଛି । ୧୯୯ ଟି ମଧ୍ୟରୁ ୧୦୮ ଟି ସିଟ୍ ଉପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହୋଇଥିବାବେଳେ ୮୦ ଟି ଆସନରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।












Click it and Unblock the Notifications