ରାଷ୍ଟ୍ରପତିଙ୍କଠୁ ଜାତୀୟ ପୁରସ୍କାର ଗ୍ରହଣ କଲେ ଚିତ୍ରଶିଳ୍ପୀ ମାନସ ଦାସ

64th National Exhibition Of art Award: ରାଷ୍ଟ୍ରପତିଙ୍କ ଠାରୁ ଆଜି ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଚିତ୍ରଶିଳ୍ପୀ ମାନସ ଦାସ । ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ 'ଏ କଲ ଫର ପ୍ରୋଗ୍ରେସ' ପାଇଁ ମାନସ ଗ୍ରହଣ ଗ୍ରହଣ କରିଛନ୍ତି ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ମାନସ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ ।

ରାଷ୍ଟ୍ରୀୟ ଲଳିତ ଏକାଡେମୀ ପକ୍ଷରୁ ଆୟୋଜିତ ୬୪ ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶାର ମାନସ ଦାସ ହୋଇଛନ୍ତି ପୁରସ୍କୃତ । ଲଳିତ କଳା ଏକାଡେ଼ମୀ ଦ୍ୱାରା ନିମନ୍ତ୍ରଣ ପାଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ହାତରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଏହି ମୁକ ଓ ବଧିର ଚିତ୍ରଶିଳ୍ପୀ । ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ 'ଏ କଲ ଫର ପ୍ରୋଗ୍ରେସ' ପାଇଁ ମାନସ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ସେ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ । ମାନସ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସମୟରେ ବଡ଼ ଭାଇ ଉପସ୍ଥିତ ଥିଲେ ।

64th National Exhibition Of art Award

ସମସାମୟିକ ବିଷୟ ବା କଣ୍ଟେମ୍ପୋରାରି ସବଜେକ୍ଟକୁ ଆଧାର କରି ମାନସ ଚିତ୍ର କରନ୍ତି । ପ୍ରଦୂଷଣ, ମହାତ୍ମା ଗାନ୍ଧୀଙ୍କ ଦର୍ଶନ, କୋରୋନା ସମୟର ବିଭିନ୍ନ ବିଷୟକୁ ନେଇ ମାନସ ଚିତ୍ରରେ ପ୍ରସ୍ଫୁଟିତ କରିଛନ୍ତି । ଆର୍ଡ ୱାର୍କକୁ ମିଶାଇ ୫ ଶହରୁ ଅଧିକ ଚିତ୍ର ଆଙ୍କି ସାରିଛନ୍ତି ମାନସ । ମାନସ ସିନା କହି ଓ ଶୁଣିପାରନ୍ତି ନାହିଁ, ତଥାପି ସେ ନିଜ ଚିତ୍ରକୁ ମାଧ୍ୟମ କରି ଦର୍ଶକଙ୍କ ମନ ପଢ଼ିପାରୁଛନ୍ତି । ମାନସ ୧୫ରୁ ଉର୍ଦ୍ଧ୍ବ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରିଛନ୍ତି । ନିଜର ଏହି ପ୍ରତିଭା ପାଇଁ ମାନସ ଭୁବନେଶ୍ବର, ଦିଲ୍ଲୀ, କଲିକତା, ପଞ୍ଜାବ, ତେଲେଙ୍ଗାନା, ପୁଣେ, ବାରିପଦା, ଉତ୍ତରପ୍ରଦେଶ ଆଦି ସ୍ଥାନରେ ହୋଇଥ‌ିବା ଜାତୀୟସ୍ତରର ପ୍ରଦର୍ଶନୀରେ ମଧ୍ଯ ସେ ଅଂଶଗ୍ରହଣ କରିଛନ୍ତି । ବହୁ ଦେଶ ମଧ୍ୟ ସେ ଭ୍ରମଣ କରିଛନ୍ତି । ଆର୍ଟ ୱାର୍କସପ, ଆର୍ଟ ପ୍ରଦର୍ଶନୀ ପାଇଁ ଦେଶ ବାହାରକୁ ମାନସ ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+