୬୨ ଲକ୍ଷ ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ
ଜୀବନ ନଥିବା ଗାଡ଼ିକୁ ତେଲ ଦିଆଯିବ ନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ପୋଷ୍ଟର ଦେଖି କେହି ବି ବିଚଳିତ ହେବାର କୌଣସି କାରଣ ନାହିଁ। କାରଣ ଦିଲ୍ଲୀ ସରକାର ରାଜଧାନୀରେ ବର୍ଦ୍ଧିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ ଲାଗୁ କରିଛନ୍ତି। ଆଜି ଠାରୁ ଏହା କାର୍ଯ୍ୟକାରୀ ହୋଇଛି। ନୂଆ ନିୟମ ଅନୁସାରେ, ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଓ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ଆଜି ଠାରୁ ଦିଲ୍ଲୀରେ ତେଲ ମିଳୁ ନାହିଁ।
ଗୋଟିଏ ସର୍ଭେ ଅନୁସାରେ, ଦିଲ୍ଲୀ ପ୍ରଦୂଷଣରେ ଗାଡ଼ି ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ମୋଟ ପ୍ରଦୂଷଣର ୫୧% ଗାଡ଼ି ଜନିତ। ଏଥିପାଇଁ ପୁରୁଣା ଗାଡ଼ିଗୁଡ଼ିକ ଉପରେ ଦିଲ୍ଲୀ ସରକାର ରୋକ ଲଗାଇଛନ୍ତି। ଏହି ନିୟମ ଦ୍ୱାରା ଦିଲ୍ଲୀରେ ପ୍ରାୟ ୬୨ ଲକ୍ଷ ଗାଡ଼ି ତେଲ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ନିୟମ ପରିବହନ ଠାରୁ ଆରମ୍ଭ କରି ବାଇକ ଯାଏ ଲାଗୁ ହେବ।

ଦିଲ୍ଲୀରେ ୬୧,୧୪,୭୨୮ଟି ୧୫ ବର୍ଷ ପୁରୁଣା ଗାଡ଼ି ରହିଛି। ଏହା ବାଦ ହରିୟାଣାରେ ୨୭.୫ ଲକ୍ଷ, ଉତ୍ତର ପ୍ରଦେଶରେ ୧୨.୬୯ ଲକ୍ଷ ଓ ରାଜସ୍ଥାନରେ ୬.୨ ଲକ୍ଷ ପୁରୁଣା ଗାଡ଼ି ଗଡ଼ୁଛି। ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ଦିଲ୍ଲୀ ପୁଲିସ୍, ଟ୍ରାଫିକ ପୁଲିସ ଓ ଏମସିଡି ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ସେମାନେ ଯାଞ୍ଚ କରି ଗାଡ଼ିଗୁଡ଼ିକୁ ଚିହ୍ନଟ କରିବେ।












Click it and Unblock the Notifications