ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ ମଧ୍ୟରେ ୬୦୦ ଭାରତୀୟ ସୈନିକ ବିପଦରେ

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ନିୟୋଜିତ ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ଦକ୍ଷିଣ ଲେବାନନ୍‌ର ନାକୁରାସ୍ଥିତ ୟୁଏନ୍‌ଆଇଏଫ୍‌ଆଇଏଲ୍‌ ମୁଖ୍ୟାଳୟରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ଶାନ୍ତିବାହିନୀର ୨ ସୈନ୍ୟ ଆହତ ହୋଇଛନ୍ତି। ଲେବାନନ୍‌ରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଥିବାରୁ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।

ଲେବାନନ୍‌ ସ୍ଥିତ ଜାତିସଂଘ ଶାନ୍ତିରକ୍ଷା ମିସନ୍‌ର ଏକ ଅଂଶ ଥିବା ୬୦୦ ଭାରତୀୟ ସୈନିକ ଇସ୍ରାଏଲ-‌ଲେବାନନ୍‌ ସୀମାରେ ୧୨୦ କିମି ବ୍ଲୁ ଲାଇନ୍‌ ନିକଟରେ ଅବସ୍ଥାପିତ ହୋଇଛନ୍ତି ଏବଂ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କୁହାଯାଇଛି। ଭାରତର ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏକ ବିବୃତି ଜାରି କରି କହିଛି ଯେ ବ୍ଲୁ ଲାଇନ୍‌ ନିକଟରେ ବିଗୁଡ଼ୁ ଥିବା ସୁରକ୍ଷା ସ୍ଥିତିକୁ ନେଇ ଆମେ ଖୁବ୍‌ ଚିନ୍ତା ପ୍ରକଟ କରୁଛୁ। ଜାତିସଂଘ ପରିସରର ପବିତ୍ରତାକୁ ସମସ୍ତେ ସମ୍ମାନ ଦେବା ଉଚିତ। ଜାତିସଂଘ ଶାନ୍ତି ସୈନିକଙ୍କ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ଭାରତ ଗୁରୁତ୍ବାରୋପ କରିଛି।

ଉଲ୍ଲେଖଯୋଗ୍ୟ, ୟୁଏନ୍‌ଆଇଏଫ୍‌ଆଇଏଲ୍‌ (ଲେବାନନ୍‌ରେ ଜାତିସଂଘର ଅନ୍ତରୀଣ ସେନା) ନାକୋରା ମୁଖ୍ୟାଳୟ ଏବଂ ଏହାର ନିକଟସ୍ଥ କିଛି ପୋଷ୍ଟ୍‌ ଉପରେ ଇସ୍ରାଏଲ୍‌ ଗତରାତିରେ ବାରମ୍ବାର ଆକ୍ରମଣ କରିବାପରେ ଆଜି ଭାରତ ଏନେଇ ଚିନ୍ତା ପ୍ରକଟ କରିଛି। ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି, ଆମେ ବ୍ଲୁ ଲାଇନ୍‌ରେ ଦୁର୍ବଳ ସୁରକ୍ଷା ସ୍ଥିତିକୁ ନେଇ ଚିନ୍ତିତ। ଆମେ ଏହି ସ୍ଥିତି ଉପରେ ଅତି ନିକଟରୁ ନଜର ରଖିଛୁ। ଜାତିସଂଘ ପରିସରକୁ ସମସ୍ତଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ଜାତିସଂଘ ଶାନ୍ତି ସୈନିକଙ୍କ ସୁରକ୍ଷା ସ୍ପଷ୍ଟ କରିବା ପାଇଁ ଉଚିତ୍ ପଦକ୍ଷେପ ଉଠାଯିବ ଉଚିତ୍‌।

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ବୟାନ ଜାତିସଂଘ ଟିପ୍ପଣୀର ଗୋଟିଏ ଦିନ ପରେ ଆସିଛି ଯେ, ଲେବାନନରେ ଜାତିସଂଘ ଅନ୍ତରୀଣ ଫୋର୍ସ ( ୟୁଏନଆଇଏଫଆଇଏଲ)ର ନକୌରା ମୁଖ୍ୟାଳୟ ଓ ନିକଟସ୍ଥ ସ୍ଥାନରେ ଇସ୍ରାଏଲୀୟ ଫୋର୍ସ ଦ୍ୱାରା ବାରମ୍ୱାର ହମଲା କରାଯାଇଛି। ଆଜି ସକାଳେ , ଦୁଇ ଜଣ ଶାନ୍ତି ସୈନିକ ଆହତ ହୋଇଛନ୍ତି। ଜାତି ସଂଘ କହିଛି , ସୌଭାଗ୍ୟବଶତଃ ଏହି ଥର ଆଘାତ ଗୁରୁତର ହୋଇନାହିଁ। କିନ୍ତୁ ସେମାନେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

indian army

ଉଲ୍ଲେଖଯୋଗ୍ୟ, ପୂର୍ବତନ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କରାଯିବାପରେ ଇସ୍ରାଏଲ-ଲେବାନନ୍‌ ସୀମା‌ରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ୟୁଏନ୍‌ଆଇଏଫଆଇଏଲ୍‌ ପୋଷ୍ଟ୍‌ ନିକଟରେ ହେଜବୁଲ୍ଲା‌ ଆତଙ୍କବାଦୀମାନେ ସମବେତ ହେଉଛନ୍ତି ଏବଂ ସେଠାରୁ ସେମାନେ ଅସ୍ଥାୟୀ କମାଣ୍ଡ୍‌ ସେଣ୍ଟର ପରିଚାଳନା କରୁଥିବାରୁ ଇସ୍ରାଏଲ ଆକ୍ରମଣ କରିଛି। ତେବେ କେବଳ ଭାରତ ନୁହେଁ ଚୀନ୍‌ ଏବଂ ଇଟାଲି ମଧ୍ୟ ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+