ମହାକୁମ୍ଭରେ ୬୦ କୋଟି ଶ୍ରଦ୍ଧାଳୁ ! ଏପରି ଦାବି ରଖିଲେ ଅଖିଳେଶ ଯାଦବ
Mahakumbh 2025: ମହାକୁମ୍ଭମେଳାର ୩୪ତମ ଦିନରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ପ୍ରୟାଗରାଜ ମହାକୁମ୍ଭରେ ଭକ୍ତଙ୍କ ସଂଖ୍ୟା ୫୧ କୋଟି ଅତିକ୍ରମ କରିଛି, ଆଜି ଶନିବାର ଅପରାହ୍ନ ସୁଦ୍ଧା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୧ କୋଟି ଅତିକ୍ରମ କରିସାରିଛି। ଏହାରି ମଧ୍ୟର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମହାକୁମ୍ଭରେ ଭକ୍ତଙ୍କ ସଂଖ୍ୟାକୁ ନେଇ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଅଖିଳେଶ ଯାଦବ'X' ରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ଲାଗୁଛି ସରକାର ସଂଖ୍ୟା କମାଇବା ପାଇଁ ଚେଷ୍ଟା କରୁଛି । କୁମ୍ଭରେ ପ୍ରାୟ ୬୦ ହଜାର ଲୋକ ସ୍ନାନ କରିସାରିଲେଣି । ଆଗତୁ ଯେତେବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ କିମ୍ବା ବିଶ୍ୱବିଦ୍ୟାଳୟ ଏହି ମେଳାର ପ୍ରଶାସନ ଏବଂ ପରିଚାଳନା ଅଧ୍ୟୟନ କରିବେ, ସେମାନେ ଜାଣିବେ ଯେ ଆସିଥିବା ଲୋକଙ୍କ ସଂଖ୍ୟା ଅନୁସାରେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିଲା । ଯାହା ବିଜେପି ସରକାରଙ୍କ ବିଫଳତାକୁ ଦର୍ଶାଇବ । ସେଥିପାଇଁ ସେମାନେ ଜାଣିଶୁଣି କମ୍ ସଂଖ୍ୟା ଦେଖାଉଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆହୁରି ଲେଖିଛନ୍ତି, "ମେଳାର ଖରାପ ବ୍ୟବସ୍ଥା ଯୋଗୁଁ ଲୋକଙ୍କୁ ବହୁ ଦୂର ଚାଲିକି ଯିବା ପାଇଁ ପଡୁଛି । ସେହିପରି ଦରଦାମ ପାଇଁ ଗରିବ ଲୋକମାନେ ଏଠାରେ ପହଞ୍ଚି ପାରୁ ନାହାଁନ୍ତି । ପ୍ରୟାଗରାଜର ଲକ୍ଷ ଲକ୍ଷ ସ୍ଥାନୀୟ ବାସିନ୍ଦା ମଧ୍ୟ ଟ୍ରାଫିକ ଜାମ୍ ଏବଂ ଅତିଥିମାନଙ୍କ ଯୋଗୁଁ ସ୍ନାନ କରିପାରିଲେ ନାହିଁ। ତେଣୁ, ଆମର ଦାବି ହେଉଛି ଯେ ମେଳାରେ ବ୍ୟବସ୍ଥାକୁ ଆଉ କିଛି ଦିନ ପାଇଁ ବୃଦ୍ଧି କରାଯାଉ ଯାହା ଦ୍ୱାରା ସ୍ନାନରୁ ବଞ୍ଚିତ ବୃଦ୍ଧ, ଗରିବ କିମ୍ବା ପ୍ରୟାଗରାଜ ବାସିନ୍ଦାମାନେ ପୁଣ୍ୟ ଅର୍ଜନ କରିବାର ସୁଯୋଗ ପାଇପାରିବେ।"












Click it and Unblock the Notifications