୬ ବର୍ଷର କୁନି ଝିଅ ବଞ୍ଚାଇଲା ୫ ଜୀବନ
ଏମ୍ସ ରେ ସବୁଠୁ କମ୍ ବୟସ ର ଅର୍ଗାନ ଡନାର ହେଇଛନ୍ତି ୬ ବର୍ଷର ରୋଲି ପ୍ରଜାପତି। ରୋଲି ଗୁଳି ମାଡ଼ର ଶିକାର ହେବା ପରେ କୋମାକୁ ଚାଲି ଯାଇଥିଲେ। ଫଳ ରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରି ଦେଇଥିଲେ। ଏହାପରେ ରୋଲୀ ଙ୍କ ମାତା ପିତା ଅଙ୍ଗଦାନ ପାଇଁ ଚିନ୍ତ
ନୂଆଦିଲ୍ଲୀ: ଏମ୍ସ ରେ ସବୁଠୁ କମ୍ ବୟସ ର ଅର୍ଗାନ ଡନାର ହେଇଛନ୍ତି ୬ ବର୍ଷର ରୋଲି ପ୍ରଜାପତି। ରୋଲି ଗୁଳି ମାଡ଼ର ଶିକାର ହେବା ପରେ କୋମାକୁ ଚାଲି ଯାଇଥିଲେ। ଫଳ ରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରି ଦେଇଥିଲେ। ଏହାପରେ ରୋଲୀ ଙ୍କ ମାତା ପିତା ଅଙ୍ଗଦାନ ପାଇଁ ଚିନ୍ତା କରିଥିଲେ।

ଏପ୍ରିଲ ୨୭ ତାରିଖରେ ଏହି କୁନି ଝିଅ ଟି ଗୁଳି ମାଡ଼ ର ଶିକାର ହେବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥିଲା। କିନ୍ତୁ ସେଠୁ ଡାକ୍ତର ତାଙ୍କୁ ଏମ୍ସ କୁ ଭଲ ଚିକିତ୍ସା ନିମନ୍ତେ ପଠାଇ ଥିଲେ। କିନ୍ତୁ ଏମ୍ସ ର ଡାକ୍ତର ତାଙ୍କ ଅବସ୍ଥା ଦେଖିବା କ୍ଷଣି ତାଙ୍କୁ ବ୍ରେନ୍ ଡେଡ ଘୋଷଣା କରିଥିଲେ।
ଅଙ୍ଗ ଦାନ ଭଳି ମହାନ୍ କାର୍ଯ୍ୟ ବିଷୟରେ ରୋଲିଙ୍କ ମାତା ପିତା ଙ୍କୁ କହିଥିଲେ ଏମ୍ସ ଡାକ୍ତର। ଏହାପରେ ଉଭୟ ଝିଅର ଅଙ୍ଗ ଦାନ କରିବା ନେଇ ରାଜି ହୋଇଥିଲେ। କିଡନୀ, ହାର୍ଟ, ଲିବର୍,ଆଖି ଆଦି ଅଙ୍ଗ ଦାନ କରିଥିଲେ। ରୋଲିଙ୍କ ମାତା ପିତା କହିଛନ୍ତି, ଆମ ଝିଅ ଏବେ ୫ ଜଣଙ୍କ ଭିତରେ ବଞ୍ଚିବ। ଏମାନଙ୍କୁ ମଧ୍ୟ ନୂତନ ଜୀବନ ମିଳିଲା। ଅଙ୍ଗଦାନ କରି ସର୍ବ କନିଷ୍ଠ ଦାତା ବନିଛନ୍ତି ଏହି କୁନି ଝିଅ।












Click it and Unblock the Notifications