For Quick Alerts
Turn On Notification  
For Daily Alerts
Oneindia App Download

ଛ' ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ; ଗୁଣିଗାରେଡ଼ି ପାଇଁ କାଢିନେଲେ ହୃତପିଣ୍ଡ ଏବଂ ଫୁସଫୁସ୍

ଛ' ବର୍ଷର ନାବାଳିକାର ମୃତ ଦେହ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଏକ ଜଙ୍ଗଲରୁ ମିଳିଛି | ଗଣଦୁଷ୍କର୍ମବଳାତ୍କାର ପରେ ଦୁଷ୍କର୍ମକାରୀମାନେ ନାବାଳିକା ଶରୀରରୁ ହୃତପିଣ୍ଡ ଏବଂ ଫୁସଫୁସ୍ କାଢି ନେଇଛନ୍ତି | ଜଣେ ମହିଳାଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କରିବା ନେଇ ଅନ୍ଧବିଶ୍ୱାସ ରଖି ଗୁଣିଗାରେଡ଼ି ଉଦ୍ଦେଶ୍ୟରେ ଏପରି କରାଯାଇଥିବା ପୋଲିସ୍ ସୂଚନା ଦେଇଛି |

|

ଲକ୍ଷ୍ନୌ : ଛ' ବର୍ଷର ନାବାଳିକାର ମୃତ ଦେହ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଏକ ଜଙ୍ଗଲରୁ ମିଳିଛି | ଗଣଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ନାବାଳିକା ଶରୀରରୁ ହୃତପିଣ୍ଡ ଏବଂ ଫୁସଫୁସ୍ କାଢି ନେଇଛନ୍ତି | ଜଣେ ମହିଳାଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କରିବା ନେଇ ଅନ୍ଧବିଶ୍ୱାସ ରଖି ଗୁଣିଗାରେଡ଼ି ଉଦ୍ଦେଶ୍ୟରେ ଏପରି କରାଯାଇଥିବା ପୋଲିସ୍ ସୂଚନା ଦେଇଛି |

ହତ୍ୟାକାରୀ 20ବର୍ଷୀୟ ଅନକୁଲ କୁରିଲ୍ ଏବଂ 31 ବର୍ଷୀୟ ବୀରାନଙ୍କୁ ପୋଲିସ୍ ରବିବାର ଦିନ ଗିରଫ କରିଛି | ସେମାନେ କାଢିନେଇଥିବା ହୃତପିଣ୍ଡ ଏବଂ ଫୁସଫୁସ୍ ଗୁଣିଗାରେଡ଼ି ପାଇଁ ପର୍ଶୁରାମ କୁରିଲକୁ ଦେଇଛନ୍ତି ବୋଲି ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ(ଗ୍ରାମୀଣ) ବ୍ରଜେଶ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି |

Gang-Rape

ପ୍ରର୍ଶୁରାମକୁ ପୋଲିସ ସୋମବାର ଗିରଫ କରି ପଚରାଉଚୁରା କରିଛି | ସେ 1999 ମସିହାରେ ବିବାହ କରିଥିଲା | କିନ୍ତୁ ତା'ର କୌଣସି ସନ୍ତାନ ନଥିଲେ | ତେଣୁ ଗୁଣିଗାରେଡ଼ି କରିବା ପାଇଁ ସେ ପୁତୁରା ଅନକୁଲ୍ ଏବଂ ତାର ସାଙ୍ଗ ବୀରାନକୁ ନାବାଳିକାକୁ ଅପହରଣ କରି ହୃତପିଣ୍ଡ ଏବଂ ଫୁସଫୁସ୍ ଆଣିବାକୁ କହିଥଲା | ନାବାଳିକାଜଣକ ଶନିବାର ବାଣ କିଣିବା ପାଇଁ ବାହାରକୁ ଆସିଥିବା ସମୟରେ ନିଶାସକ୍ତ ଅବସ୍ଥାରେ ସେମାନେ ତାକୁ ଅପହରଣ କରିଥିଲେ | ତା ପରେ ତାକୁ ନିକଟରେ ଥିବା ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ |ସମସ୍ତ ଘଟଣା ଜାଣି ମଧ୍ୟ ଚୁପ୍ ରହିଥିବା ଅଭିଯୋଗରେ ପର୍ଶୁରାମର ସ୍ତ୍ରୀକୁ ମଧ୍ୟ ପୋଲିସ୍ ସୋମବାର ଗିରଫ କରିଛି | ଅଭିଯୁକ୍ତଙ୍କ ବିରୋଧରେ ଇଣ୍ଡିଆନ୍ ପେନାଲ କୋଡ୍ ଏବଂ ପୋସ୍କୋ ଆଇନ ଲାଗୁ ହୋଇଥିବା ପୋଲିସ୍ କହିଛି |

କାନପୁରର ଜେନେରାଲ ପୋଲିସର ଡେପୁଟି ଇନ୍ସପେକ୍ଟର ପ୍ରୀତିନ୍ଦର ସିଂ କହିଛନ୍ତି, ଗୁଣିଗାରେଡ଼ି ପାଇଁ ଏସବୁ କରାଯାଇଛି ବୋଲି ଅଧିକ ପ୍ରମାଣ ସଂଗ୍ରହ ଲାଗି ଫରେନସିକ୍ ବିଶେଷଜ୍ଞ ଏବଂ ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଛି |

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି | ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦ୍ଦଶ ଦେଇଛନ୍ତି | ଏଥି ସହିତ ପୀଡିତାଙ୍କ ପରିବାରକୁ 5ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

ଶନିବାର ସଂନ୍ଧ୍ୟାରେ ପରିବାର ସଦସ୍ୟମାନେ ଦୀପାବ‌ଳି ପ୍ରସ୍ତୁତି କରୁଥିବା ସମୟରେ ନାବାଳିକାଜଣକ ନିଖୋଜ ହୋଇଯାଇଥିଲେ | ନିକଟସ୍ଥ ଅଞ୍ଚଳ ଓ ଜଙ୍ଗଲରେ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ | ପରଦିନ କିଛି ବ୍ୟକ୍ତି ଜଙ୍ଗଲରେ ଯାଉଥିବା ସମୟରେ ନାବାଳିକାର ମୃତଦେହ ସହିତ ଚପଲ, କପଡ଼ା ଦେଖିଥିଲେ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A 6-year old Kanpur girl found dead on Monday was gang raped. Heart and lungs were taken out for black magic.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X