ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୫ ଜଣଙ୍କର ମୃତ୍ୟୁ, ୧୦ ଗୁରୁତର
ଉତ୍ତର ପ୍ରଦେଶ ଅମରୋହା ଅନ୍ତର୍ଗତ ଅତରାସୀ କଲାଂରେ ଏକ ବଡ଼ ଅଘଟଣ ଖବର ସାମ୍ନାକୁ ଆସିଛି । ଏକ ବାଣ କାରଖାନାରେ ସୋମବାର ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ସେଠାରେ କାମ କରୁଥିବା ୫ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ୧୨ ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବାଣ ଫାକ୍ଟ୍ରିରେ ଏଭଳି ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ, ତାସ୍ ଘର ଭଳି ଭୁଶୁଡି ପଡିଲା ପୁରା ଫ୍ୟାକ୍ଟ୍ରି। ଏତେ ଭୟଙ୍କର ଶବ୍ଦ ଥିଲା ଯେ, ଆଖପାଖରେ ଥିବା ଗାଁ ଲୋକ ଭୟଭୀତ ହୋଇଯାଇଥିଲେ। ଘରୁ ବାହାରି ଦେଖିବା ପରେ ଫ୍ୟାକ୍ଟ୍ରିରେ ଏଭଳି ଏକ ଅଘଟଣ ଦେଖିଥିଲେ। ପ୍ରଥମେ ଗାଁ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୋଲିସ-ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଏପର୍ଯ୍ୟନ୍ତ ୫ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୨ ଜଣ ଆହତ ହୋଇଛନ୍ତି।
ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକଙ୍କ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ପୋଲିସର କହିବା ଅନୁସାରେ, ବାଣ ଫ୍ୟାକ୍ଟ୍ରିର ଲାଇସେନ୍ସ ଥିଲା। ଏହାକୁ କେସର ଅହମ୍ମଦ ନାମକ ଜଣେ ବ୍ୟକ୍ତି ଜଳାଉଥିଲେ।












Click it and Unblock the Notifications