ଭୟାବହ ଦୁର୍ଘଟଣା,ଜଳପ୍ରପାତରେ ପଡ଼ିଗଲେ ୬ ମହିଳା
ବିହାରର ଗୟା ଜିଲ୍ଲାର ଲାଙ୍ଗୁରିଆ ପାହାଡ଼ ଜଳପ୍ରପାତରେ ହଠାତ୍ ପାଣି ଭିତରେ ଖସିପଡ଼ି ଏକ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୬ ମହିଳା। ସୌଭାଗ୍ୟବଶତଃ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ଘଟିଥିବା ଏହି ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା ଏବଂ ଏହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ଜଳପ୍ରପାତ ନିକଟରେ ବିପଦକୁ ସୂଚାଉଛି।
ପ୍ରାୟ ଦୁଇ ମିନିଟର ଏହି କ୍ଲିପ୍ ରେ ଜଳପ୍ରପାତ ମଝିରେ ଫସି ରହିଥିବା ଛଅ ଜଣ ମହିଳାଙ୍କୁ ଦେଖାଯାଇଛି। ସେମାନଙ୍କ ଚାରିପାଖରେ ପାଣି ପଶିଯାଇଥିଲା। ପ୍ରାରମ୍ଭରେ, ଗୋଟିଏ ପଥର ପାର କରି ଜଣେ ମହିଳାଙ୍କୁ ରକ୍ଷା କରାଯାଇଥିଲା। ସେହିପରି ଭାବେ ଚେଷ୍ଟା କରି ତିନି ଜଣ ମହିଳା ଏକ ପଥର ପାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାରେ ପାଣିରେ ଭାସି ଯାଇଥିଲେ। ହେଲେ ଶେଷରେ ସେମାନଙ୍କୁ ଗାଁ ଲୋକେ ଟାଣି ଆଣିଥିଲେ।

ସେହିପରି ପଞ୍ଚମ ମହିଳାଙ୍କୁ ମଧ୍ୟ ଜଳପ୍ରପାତର ଅନ୍ୟ ପାର୍ଶ୍ୱରୁ ଉଦ୍ଧାର କରାଯାଇଥିଲା। ଷଷ୍ଠ ମହିଳା ଜଣକ ଜଳପ୍ରପାତ ମଝିରେ ଫସି ରହିଥିଲେ। କିଛି ମିନିଟ୍ ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ, ପଥର ସହିତ ଧକ୍କା ହେବା ଫଳରେ ଜଣେ ମହିଳା ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।












Click it and Unblock the Notifications