; ବସ୍‌-କାର୍‌ ମୁହାଁମୁହିଁ ଧକ୍କା, ୬ ମୃତ

ଭୋପାଳ : ମଧ୍ୟପ୍ରଦେଶର ଜବଲପୁର ୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କର୍ଣ୍ଣାଟକର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅର୍ଥାତ୍‌ ୨୪ ଫେବୃଆରୀରେ ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହୋଇ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମହାକୁମ୍ଭରୁ କାର୍‌ରେ ଶ୍ରଦ୍ଧାଳୁମାନେ ପ୍ରୟାଗରାଜରୁ ଜବଲପୁର ଅଭିମୁଖେ ଯାଉଥିବା ବେଳେ ବସ୍‌ଟି ଜବଲପୁରରୁ କଟନୀ ଯାଉଥିଲା ।

6 pilgrims from Karnataka s Gokak killed in accident in Madhya Pradesh
ସୂଚନାନୁଯାୟୀ, ସିହୋରା ଖିତୌଲା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ଡିଭାଇଡର୍‌ରେ ପିଟି ହୋଇ ବିପରୀତ ଦିଗକୁ ପଳାଇଥିଲା । ଦୁର୍ଘଟଣା ପରେ ବସ୍‌ ଚାଳକ ଗାଡି ସହ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+