Get Updates
Get notified of breaking news, exclusive insights, and must-see stories!

Parliament Security Breach: ଗିରଫ ୫ ଜଣଙ୍କ ମୋବାଇଲ୍ ନେଇ ଫେରାର ସାଥି, ଖୋଜୁଛି ଦିଲ୍ଲୀ ପୋଲିସ

Parliament Security Breach: ବର୍ତ୍ତମାନ ସାରା ଦେଶରେ ସଂସଦର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ, ଏହି ଘଟଣାରେ ମୋଟ୍ ୬ ଜଣ ସମ୍ପୃକ୍ତ ଥିଲେ, ସେଥିମଧ୍ୟରୁ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି ଏବଂ ଜଣକୁ ବର୍ତ୍ତମାନ ଖୋଜା ଚାଲିଛି ।

ସୂତ୍ରରୁ ପ୍ରକାଶ ଯେ ସମସ୍ତ ୬ ଜଣ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ ଏବଂ ଗୁରୁଗ୍ରାମର ସେକ୍ଟର 7 ର ହାଉସିଂ ବୋର୍ଡ କଲୋନୀରେ ଏକାଠି ରହୁଥିଲେ। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗିରଫ ହୋଥିବା ୫ ଜଣଙ୍କ ମୋବାଇଲ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗି ନାହିଁ । ସମସ୍ତ ଗିରଫ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଖୋଜୁଛି ଦିଲ୍ଲୀ ପୋଲିସ। ପୋଲିସ ଦ୍ୱାରା ଧରାଯାଇଥିବା ୫ ଜଣଙ୍କ ମଧ୍ୟରୁ ଦୁଇଜଣ ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଡେଇଁ ପଡ଼ିଲ । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଏହି ଲୋକମାନଙ୍କ ମଧ୍ୟରୁ ଜଣେ ଟେବୁଲ ଉପରେ ଡେଇଁ ଡେଇଁ ଆଗକୁ ଯାଉଛି ।

Parliament Security Breach

ଗିରଫ ହୋଇଥିବା ୨ ବ୍ୟକ୍ତି ହେଲେ ମନୋରଞ୍ଜନ ଏବଂ ସାଗର ଶର୍ମା । ସଂସଦ କମ୍ପ୍ଲେକ୍ସରେ ବିରୋଧ କରୁଥିବା ସମୟରେ ଏକ କ୍ୟାନ୍ ସହିତ ଧୂଆଁ ଛାଡିଥିବା ବ୍ୟକ୍ତିମାନେ ହରିୟାଣାର ଜିନ୍ଦ ଜିଲ୍ଲାର ଘାସୋ ଖୋର୍ଦ୍ ଗାଁର ବାସିନ୍ଦା ନୀଲମ ଏବଂ ମହାରାଷ୍ଟ୍ରର ଲାଟୁର ଆମୋଲ ସିନ୍ଦେ ବୋଲି ସୂଚନା ମିଳିଛି । ଏହି ମାମଲାରେ ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତର ନାମ ଭିକି ବୋଲି ସ୍ପଷ୍ଟ ହୋଇଛି ।

କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଂସଦ ଭବନକୁ ୫ ଜଣ ଲୋକ ଆସିଥିଲେ। ସମସ୍ତ ଚାରିଜଣ ହେଲେ ନୀଲମ, ମନୋରଞ୍ଜନ, ସାଗର, ଆମୋଲ ଲଲିତଙ୍କୁ ମୋବାଇଲ୍ ଫୋନ୍ ଦେଇଥିଲେ। ଯେତେବେଳେ ଏଠାରେ ଉତ୍ତେଜନା ଆରମ୍ଭ ହୋଇଥିଲା, ଲଲିତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କ ମୋବାଇଲ୍ ଲଲିତଙ୍କ ପାଖରେ ରହିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ଲଲିତଙ୍କୁ ଖୋଜୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+