ରାଜ୍ୟର ୬ ପ୍ରଶାସନିକ ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଏଣିକି ସବୁ ଉପରେ ରହିବ ମୁଖ୍ୟମନ୍ତ୍ରୀଙ୍କ ନଜର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଛି । ରାଜ୍ୟସରକାର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରିଛନ୍ତି । ୬ ଅଫିସରଙ୍କ ମଧ୍ୟରେ ଆଇଏଏସ ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଥିବା ବେଳେ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳ ସମ୍ପଦ, ପୂର୍ତ୍ତ ବିଭାଗ ବଣ୍ଟନ କରାଯାଇଛି ।

ସେହିପରି ଆଇଏଏସ ଅନୁପମ ଶାହାଙ୍କୁ ରାଜସ୍ୱ, ସୂଚନା, ଶିକ୍ଷା ଇତ୍ୟାଦି ବିଭାଗ ବଣ୍ଟାଯାଇଚି । ଏହାସହିତ ପ୍ରସନ୍ନ କୁମାର ଷଡଙ୍ଗୀ, ଚିତ୍ରସେନ ରାଉତ ଏବଂ ଉମେଶ ତ୍ରିପାଠୀଙ୍କୁ ମଧ୍ୟ ବାକି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ତଦାରଖ କରିବା ପାଇଁ ନିଯୁକ୍ତି କରାଯାଇଛି । ଏହି ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବିଭାଗର ତଦାରଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ କରିବେ ।












Click it and Unblock the Notifications