ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ
ଛତିଶଗଡ଼: ଛତିଶଗଡ଼ ବାଲୋଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୬ ଜଣଙ୍କର ଜୀବନ । ତିନି ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବା ସମୟରେ ଘଟିଥିଲା ଦୁର୍ଘଟଣା ।
ସୂଚନା ଅନୁସାରେ, ଛତିଶଗଡ଼ ବାଲୋଦାର ଖରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଗୋଟିଏ ପରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଏକ ପିକଅପ୍ ଭ୍ୟାନ ଓ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।

ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ଶିଶୁ, ଏବଂ ପାଞ୍ଚ ଜଣ ମହିଳା ଥିବା ନେଇ ସୂଚନା ରହିଛି । ମୃତକଙ୍କ ପରିଚୟ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications