ସମୁଦ୍ରରେ ବୁଡ଼ି ଗୋଟିଏ ପରିବାରର ୬ ମୃତ
Accident News: ସମୁଦ୍ରରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଗୁଜରାଟ ଭାରୁଚର ବହେଜ ସମୁଦ୍ରରେ ଗାଧୋଇବା ବେଳେ ଘଟିଥିଲା ଅଘଟଣ । ପିକନିକ୍ କରିବା ପାଇଁ ଆସିଥିବା ନେଇ ରହିଛି ସୂଚନା ।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, ଗୁଜରାଟ ଭାରୁଚର ବହେଜ ବେଳାଭୂମିକୁ ପିକନିକ୍ କରିବାକୁ ଆସିଥିଲା ଏହି ପରିବାର । ସମୁଦ୍ରରେ ଗାଧୋଇବା ବେଳେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ବୁଡି ଯାଇଥିଲେ ଫଳରେ ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ପରିବାରର ଆଉ ଦୁଇ ସଦସ୍ୟ ବର୍ତ୍ତମାନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାଥାଉ ଯେ, ସମସ୍ତ ମୃତକ ହେଲେ ମଲେର ଗାଁର ବାସିନ୍ଦା ।












Click it and Unblock the Notifications