ଡ୍ରାଇଭରର ଆଖି ଲାଗିଯିବାରୁ ଚାଲିଗଲା ୬ ଜୀବନ
ଦକ୍ଷିଣ ତାମିଲନାଡୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲି ଗଲ 6 ଜଣଙ୍କ ଜୀବନ । ସିମେଣ୍ଟ ବୋଝେଇ ଟ୍ରକ୍ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଭୋରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଡ୍ରାଇଭର ସମେତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆଜି ଭୋର ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । କାରଟି କୋର୍ଟାଲ୍ଲାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋକରଣ ଏବଂ ବୋଥିରାଜଙ୍କ ସମେତ ୬ ଜଣ ବ୍ୟକ୍ତି ଗତକାଲି ରାତିରେ ବାଲାସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ମହୋତ୍ସବରେ ଯୋଗ ଦେଇଥିଲେ ।
ପୋଲିସ ଏବଂ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି 30 ମିନିଟ ମଧ୍ୟରେ ମୃତଦେହ ଉଦ୍ଧାର କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ତିରୁନେଲଭେଲି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications