ଅଟୋକୁ ଧକ୍କା ଦେଲା ଟ୍ରକ ଚାଲିଗଲା 6 ଜୀବନ
ବିହାରର ଶେଖପୁରାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଛି । ଏକ ଟ୍ରକ୍ ଏକ ଅଟୋ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶେଖପୁରା ଥାନା ଅନ୍ତର୍ଗତ ଏକସାରି ବିଘା ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଆହତଙ୍କୁ ଚିକିତ୍ସା ପାଇଁ ପାବାପୁରୀ ହସପିଟାଲକୁ ପଠାଯାଇଥିଲା । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ସମସ୍ତ ଯାତ୍ରୀ ଏକ ଅଟୋରେ ଯାତ୍ରା କରୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହିତ ଦୁର୍ଘଟଣା ହେବା ଫଳରେ ମା-ପୁଅ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, ଅଟୋରେ ୧୨-୧୩ ଜଣ ଲୋକ ଥିଲେ। ଘଟଣା ପରେ ଟ୍ରକଟିକୁ ଜବତ କରାଯାଇଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି ।












Click it and Unblock the Notifications