ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା, କାର ଉପରେ ଗଛ ପଡ଼ିବାରୁ ଚାଲିଗଲା ୬ ଜୀବନ
ହିମାଚଳ ପ୍ରଦେଶର କୁଲୁର ମଣିକରଣରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ପବନ ବୋହିବା ଯୋଗୁଁ ଗଛ ପଡ଼ି ୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଆଉ କିଛି ଲୋକ ଆହତ ହୋଇଛନ୍ତି । କୁଲୁ ଏସପି ୬ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି, ଆଉ କିଛି ଗୁରୁତର ଆହତ ହୋଇଛନ୍ତି। ଜୋରରେ ପବନ ବୋହିବା ପରେ ଗଛ ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବର୍ତ୍ତମାନ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। କୁହାଯାଉଛି ଯେ ଗଛତଳେ ଚାପିହୋଇ ରହିଥିବା କେତେକ ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିଏମ୍ କୁଲୁ ବିକାଶ ଶୁକ୍ଲା ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଣିକରଣ ଗୁରୁଦ୍ୱାର ସାମ୍ନାରେ ଏକ ପାଇନ୍ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା, ଯାହା ଫଳରେ ସେଠାରେ ଠିଆ ହୋଇଥିବା ଜଣେ ରାସ୍ତାକଡ଼ ବିକ୍ରେତା, ଜଣେ ସୁମୋ ଆରୋହୀ ଏବଂ ଘଟଣାସ୍ଥଳରେ ଉପସ୍ଥିତ ତିନି ଜଣ ପର୍ଯ୍ୟଟକ ଚାପି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଛି।












Click it and Unblock the Notifications