Get Updates
Get notified of breaking news, exclusive insights, and must-see stories!

ପୋଖରାନ ସେନା ଫାଇରିଂ ରେଞ୍ଜରେ ଯୁବକଙ୍କୁ ପିଟିପିଟ ହତ୍ୟା, 6 ଯବାନ ଅଟକ

ରାଜସ୍ଥାନର ପୋଖରାନ ସେନା ଫାଇରିଂ ରେଞ୍ଜରେ ଅଘଟଣ । ନିଷେଧାଞ୍ଚଳରେ ପ୍ରବେଶ କରିଥିବା ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ 6 ଜଣ ସେନା ଯବାନଙ୍କୁ ଅଟକ ରଖିଛି ରାଜସ୍ଥାନ ପୋଲିସ ।

ଜୟପୁର: ରାଜସ୍ଥାନର ପୋଖରାନ ସେନା ଫାଇରିଂ ରେଞ୍ଜରେ ଅଘଟଣ । ନିଷେଧାଞ୍ଚଳରେ ପ୍ରବେଶ କରିଥିବା ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ 6 ଜଣ ସେନା ଯବାନଙ୍କୁ ଅଟକ ରଖିଛି ରାଜସ୍ଥାନ ପୋଲିସ । ଜଣେ 24 ବର୍ଷିୟ ଯୁବକ ସଲମନ ତାଙ୍କର ଜଣେ ସାଥୀଙ୍କ ସହିତ ବାଇକ ଯୋଗେ ନିଷେଧାଞ୍ଚଳର ନିକଟବର୍ତ୍ତୀ ହୋଇଥିବା ବେଳେ ପାଟ୍ରୋଲିଂ କରୁଥିବା ସେନା ଯବାନ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

firing

ମୃତ ସଲମାନଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ରବିବାର ସଲମାନ ଓ ତାଙ୍କ ବନ୍ଧୁ ନିଖୋଜ ହୋଇାଯାଇଥିବା ଗାଈକୁ ଖୋଜିବା ପାଇଁ ଉକ୍ତ ଅଞ୍ଚଳକୁ ଯାଇଥିଲେ । ସେଠାରେ ତାଙ୍କୁ ପାଟ୍ରୋଲିଂ ଦାୟିତ୍ବରେ ଥିବା ସେନା ଯବାନମାନେ ଧରି ନେଇଥିଲେ । ସଲମାନଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଏହାପରେ ସଲମାନଙ୍କୁ ନିସ୍ତୁକ ମାଡ ମାରିବା ସହ ଗୁରୁତର ଅବସ୍ଥାରେ ଯବାନମାନେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଜୈସଲମୀର ଜିଲ୍ଲାପାଳ ଟିନା ଡାବି କହିଛନ୍ତି, ମୃତକଙ୍କ ପରିବାର ସଦସ୍ୟଙ୍କ ସହ ପ୍ରଶାସନ ଆଲୋଚନା କରିଛି । ଉଭୟ ସେନା ଓ ପ୍ରଦେଶ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଦିନ ପାଟ୍ରୋଲିଂ ଦାୟିତ୍ବରେ ଥିବା ସେନାର 6 ଯବାନଙ୍କୁ ଅଟକ କରିଛି ରାଜସ୍ଥାନ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+