ଛାତ ଭୁଶୁଡ଼ି ଫାଟିଲା ସିଲିଣ୍ଡର, ଜଳିଗଲେ ୬ ଜଣ
ଦିଲ୍ଲୀର ନରେଲା ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ପିଲାଙ୍କ ସମେତ ପରିବାରର ୬ ଜଣ ପୋଡ଼ି ହୋଇ ଆହତ ହୋଇଛନ୍ତି । ସୂଚନା ରହିଛି, ଏଠାରେ ଏକ ଦୁଇ ମହଲା ବିଲ୍ଡିଂର ଛାତ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନେ ହେଲେ, ୪୦ ବର୍ଷୀୟ ରାଜୁ, ୩୫ ବର୍ଷୀୟା ରାଜୁଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ୩ ଝିଅ ।
ପଡ଼ୋଶୀମାନେ କହିଛନ୍ତି ଯେ ଏହି ପରିବାର ଘରେ ଖାଦ୍ୟ ତିଆରି କରୁଥିବା ବେଳେ ହଠାତ୍ ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ସେମାନେ ପୋଡ଼ି ହୋଇ ଯାଇଥିଲେ । ସୂଚନା ମୁତାବକ, ପରିବାର ଜଣେ ସଦସ୍ୟ ରୋଷେଇ କରୁଥିଲା। ସେହି ସମୟରେ ହଠାତ୍ ସିଲିଣ୍ଡର ଫାଟି ଭୁଶୁଡି ପଡିଥିଲା । ଫଳରେ ପରିବାରର ସମସ୍ତେ ଜଳିଯାଇଥିଲେ ।

ଏନେଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରକାଶ ଥାଉକି, ସେହିପରି ଗତ ଦୁଇ ଦିନ ତଳେ ଅର୍ଥାତ ଶୁକ୍ରବାର ଦିନ ସେହି ଅଞ୍ଚଳରେ ସିଲିଣ୍ଡର ଫାଟି ଜଳି ଯାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ଯାଞ୍ଚ କରୁଛି।












Click it and Unblock the Notifications