ସୁରକ୍ଷାକର୍ମୀଙ୍କ ହାତରେ ୬ ହାର୍ଡକୋର ମାଓବାଦୀ

ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ ଜଣ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । କୋଣ୍ଟା ଥାନା ଅଞ୍ଚଳରୁ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ବେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଛି ।

arrest

ଗିରଫ ନକ୍ସଲ ମାନେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଲାଗି ପାଖରେ ରଖିଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଗିରଫ ମାଓବାଦୀ ମାନେ ହେଲେ କୁଞ୍ଜାମ ମୁକା, ମାଡଭି ମୁଇୟା, ସୋଡି ଚନ୍ଦ୍ରୁ, ମୁଚାକି ଲଖମା, ସୋଡି ଦେବା ଓ ସିଙ୍ଗା ସୋଡି । ଗିରଫ ପରେ ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର, ୫ଟି ଡିଟୋନିଟର ଜବତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+