ବରଯାତ୍ରୀ ନାଚିବା ବେଳେ ମାଡ଼ିଗଲା ଟ୍ରକ, ଚାଲିଗଲା ୬ ଜୀବନ
ଭୋପାଳ: ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ବରଯାତ୍ରୀ ମାନେ ନାଚୁଥିବା ବେଳେ ମାଡ଼ିଗଲା ଟ୍ରକ୍ । ଯାହା ଫଳରେ କି ଘଟଣାସ୍ଥଳରେ ୬ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ପରେ ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ରୋଷଣୀ କରି ଯାଉଥିବା ବେଳେ ସୁଲତାନପୁରରେ ଏହି ଦୁର୍ଘଟଣା ଘଟିଛି ।
ବରଯାତ୍ରୀ ରାସ୍ତା ଉପରେ ନାଚଗୀତରେ ମସଗୁଲ ଥିବା ବେଳେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ଚଢି ଯାଇଥିଲା । ଆଉ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିଲା । ଛଅ ଜଣଙ୍କ ମୃତ୍ୟୁକୁ ଡିଏମ ନିଶ୍ଚିତ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ କଲେକ୍ଟର ଅରବିନ୍ଦ ଦୁବେ କହିଛନ୍ତି, ଯେ ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେମାନଙ୍କୁ ଭୋପାଳ ଡାକ୍ତଖାନାକୁ ରେଫର କରାଯାଇଥିଲା ।

ଏନେଇ କଲେକ୍ଟର କହିଛନ୍ତି ଯେ ରାତି ପ୍ରାୟ ୧୦ ଟା ସମୟରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଘଟଣାର ମାମାଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ôଥକ ସହାୟତା ଘୋଷଣା କରିଛନ୍ତି ।












Click it and Unblock the Notifications