ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ: ୬ ଛାତ୍ରଛାତ୍ରୀ ମୃତ

Haryana Accident: ଗୁରୁବାର ସକାଳେ ହରିୟାଣାର ମହେନ୍ଦ୍ରଗଡରେ ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଶିଶୁ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି ।

School Accident

ସୂଚନା ଅନୁସାରେ, ମହେନ୍ଦ୍ରଗର କାନିନା ସହରରେ ଅବସ୍ଥିତ ଏକ ଘରୋଇ ସ୍କୁଲ ବସ ପିଲାମାନଙ୍କୁ ନେଇ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯେଉଁଥିରେ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବସ୍ ଡ୍ରାଇଭର ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବାରୁ ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜାଞ୍ଚ ଆରମ୍ଭ କରିଛି । ସେହିପରି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍କୁଲ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିଲା, ବସ୍ ବହୁତ ବେଗରେ ଯାତ୍ରା କରୁଥିଲା ଏବଂ ଭାରସାମ୍ୟ ହରାଇବା ପରେ ଏହା ଏକ ଗଛ ସହିତ ପଟିହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+