ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ହେଲା ଶୁଭାରମ୍ଭ

ମହାରାଷ୍ଟ୍ର: ଆଜି ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ହେଲା ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି । ଏହା ଦ୍ୱାରା ବହୁ ସଂଖ୍ୟାରେ ଗ୍ରାମୀଣ ଯୁବକମାନେ ରୋଜଗାର ପାଇବା ସହ ଗ୍ରାମୀଣ ବିକାଶ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା କରିବେ ।

ସୂଚନା ଅନୁସାରେ, ପ୍ରତ୍ୟେକ କେନ୍ଦ୍ରରେ ପ୍ରାୟ ୨ଟି ଧନ୍ଦାମୂଳକ ପାଠ୍ୟକ୍ରମରେ ରହିବ ଯେଉଁଥିରେ ୧୦୦ ଯୁବକ-ଯୁବତୀଙ୍କୁ ତାଲିମ ଦିଆଯିବ । ତେବେ ଜାତୀୟ ଦକ୍ଷତା ବିକାଶ ପରିଷଦ ଅଧିନରେ ଥିବା ଶିଳ୍ପ ଭାବିଦାରୀ ଏବଂ ଏଜେନ୍ସି ଦ୍ୱାରା ଏହି ତାଲିମ ପ୍ରଦାନ କରାଯାଉଛି । ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଦକ୍ଷ ଏବଂ କୁଶଳୀ ମାନବ ସମ୍ଭଳ ସୃଷ୍ଟି ହୋଇପାରିବ ।

Maharashtra

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଭାରତ ପୁରା ବିଶ୍ୱ ପାଇଁ ଦକ୍ଷ ପେସାଦାର ପ୍ରସ୍ତୁତ କରୁଛି । ତେବେ ସ୍ଥାନୀୟ ଯୁବକ ମାନଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯିବ । ସେହିପରି ଆଧୁନିକ କୃଷି, ଗଣମାଧ୍ୟମ, ମନୋରଞ୍ଜନ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରସିକ୍ଷଣ ଦିଆଯିବ । ସେହିପରି ମୌଳିକ ବିଦେଶୀ ଭାଷା ପାଇଁ ସଫ୍ଟ ସ୍କିଲର ପ୍ରଶିକ୍ଷଣ ପ୍ରଦାନ କରାଯିବା ସବ ଭାଷା ବ୍ୟାଖ୍ୟା ପାଇଁ ଏଆଇ ଉପକରଣ ବ୍ୟବହାର କରିବାର ପ୍ରସିକ୍ଷଣ ଦିଆଯିବ ।

ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ ଯୋଜନା ଅଧୀନରେ ୧ କୋଟି ୩୦ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ । ସେହିପରି ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବା ସ୍ୱୟଂ ସହାୟତା ସମୁହ ବିଷୟରେ ଉଲ୍ଲେଖ କରିବା ସହ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ ୩ କୋଟିରୁ ଅଧିକ ମହିଳା ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+