Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରେ ୫ମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ଆୟୋଜିତ ହେବ ୫ମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀ । ଡିସେମ୍ୱର ୨୭ ଓ ୨୮ ରେ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସହଯୋଗୀତାକୁ ଆହୁରି ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ସମ୍ମିଳନୀନର ଥିମ୍ ରହିଛି "ବିକଶିତ ଭାରତ ପାଇଁ ମାନବ ସମ୍ପଦ" । ୨୬ ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବା ଏହି ସମ୍ମିଳନୀରେ ଦେଶର ସମଗ୍ର ବିକାଶ ପାଇଁ କାର୍ଯ୍ୟଯୋଜନା ତିଆରି କରାଯିବ । ଏହି ସମ୍ମିଳନୀରେ ଶିଶୁ ପ୍ରାରମ୍ଭିକ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, କୌଶଳ ବିକାଶ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଅତିରିକ୍ତ କାର୍ଯ୍ୟକଳାପ ଭଳି ୫ଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଆଲୋଚନା ହେବ ।

pm modi

ଏହା ସହିତ ରାଜ୍ୟସ୍ତରରେ ୬ଟି ବିଶେଷ କ୍ଷେତ୍ର ଯେପରିକି ନିୟମ ଶିଥିଳିକରଣ, ଶାସନରେ ପ୍ରଯୁକ୍ତିର ବ୍ୟବହାର, ଆଗ୍ରିଷ୍ଟାକ୍, "ଏକ ରାଜ୍ୟ-ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର", ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ଯୋଜନା ଉପରେ ଆଲୋଚନା ହେବ । ଐତିହ୍ୟ ଓ ପାଣ୍ଡୁଲିପି ସଂରକ୍ଷଣ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଆୟୁଷର ସମନ୍ୱୟ ବିଷୟରେ ମଧ୍ୟ ଆଲୋଚନା ହେବ ।

ଏହି ଜାତୀୟ ସମ୍ମିଳନୀ ଗତ ୪ ବର୍ଷ ଧରି ଆୟୋଜିତ ହୋଇଆସୁଛି । ୨୦୨୨ ମସିହାରେ ଧର୍ମଶାଳାରୁ ଆରମ୍ଭ ହୋଇ ପରେ ନୂଆଦିଲ୍ଲୀରେ ୨୦୨୩, ୨୦୨୪ ଓ ୨୦୨୫ ମସିହାରେ ଏହା ଆୟୋଜିତ ହୋଇଆସୁଛି । ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସାମିଲ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+