ବର୍ଷ ଶେଷ ସୁଦ୍ଧା ଭାରତରେ ପ୍ରବେଶ କରିବ 5G ନେଟୱର୍କ !
ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ।
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶବାସୀ ବ୍ୟବହାର କରିବେ 5G ନେଟୱାର୍କ। ଭାରତର ମୁଖ୍ୟ ଟେଲିକମ ଅପରେଟର ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଦେଶରେ 5G ନେଟୱର୍କ ଉପରେ ଲଗାତାର ଭାବେ କାମ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଆସନ୍ତା ସେପ୍ଟେମ୍ବର 29 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡିଆ ମୋବାଇଲ କଂଗ୍ରେସରେ 5G ନେଟୱର୍କ ଲଞ୍ଚ କରିବେ । ଏହାପରେ ଭାରତରେ 5G ପ୍ରବେଶ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନାହାଁନ୍ତି ଭାରତ ସରକାର। ମାତ୍ର କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ ଅକ୍ଟୋବର ମଧ୍ୟରେ ଏହା ଯେକୌଣସି ସମୟରେ ଲଞ୍ଚ ହେବ ।
ନିକଟରେ ଭାରତ ସରକାର 5G ସ୍ପେକ୍ଟ୍ରମର ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି । ଏହାର ଅନୁମୋଦିତ ପ୍ରକ୍ରିୟା ଜାରି ରହିଛି । 5G ନିଲାମର ମୂଲ୍ୟ ଦେଢ ଲକ୍ଷ କୋଟି ରହିଥିଲା । ପ୍ରଥମ ପର୍ଯ୍ୟାୟରେ 5G ନେଟୱର୍କକୁ ଦେଶର 13ଟି ପ୍ରମୁଖ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ।












Click it and Unblock the Notifications