ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା ୫୯ ଜଣ ସଦସ୍ୟଙ୍କୁ ଆଜି ପ୍ରଦାନ କରାଗଲା ବିଦାୟ ସମ୍ବର୍ଦ୍ଧନା
ରାଜ୍ୟସଭାରେ ଆଜି କାର୍ଯ୍ୟକାଳ ଶେଷ ହୋଇଥିବା ୨ ଜଣ ମହିଳା ସଦସ୍ୟଙ୍କ ସହିତ ୨୦ଟି ରାଜ୍ୟର ୫୯ଜଣ ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସଂସଦୀୟ ଗଣତନ୍ତ୍ର ପ୍ରତି ସେମାନଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ । ସଦସ୍ୟମାନେ ଗୃହରେ ଆଲୋଚନା ହୋଇଥିବା ଅନେକ ପ୍ରସଙ୍ଗ ଉପରେ ସେମାନଙ୍କର ଅବଦାନ ପ୍ରଦାନ କରିଛନ୍ତି ।
ଅବସର ଗ୍ରହଣ କରିଥିବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ସଂପର୍କରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି, ସର୍ବଦା ଗୃହର କାର୍ଯ୍ୟ ପରିଚାଳନା ସମୟରେ ସେ ସମସ୍ତଙ୍କର ବିଶ୍ୱାସଭାଜନ ହେବାକୁ ନିଜର ପ୍ରୟାସ ଜାରି ରଖିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅନ୍ୟ ସଦସ୍ୟ ଏଚ୍.ଡି ଦେବେଗୌଡ଼ା, ମଲ୍ଲିକାର୍ଜୁନ ଖଡ୍ଗେ ଓ ଶରଦ ପାୱାର ପ୍ରମୁଖ ଗୃହରେ ସେମାନଙ୍କର ମୂଲ୍ୟବାନ ଅବଦାନ ଦେଇଥିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଗୃହର ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ ସଦସ୍ୟମାନଙ୍କୁ ବିଦାୟୀ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଏହାକୁ ନୂତନ ଦାୟିତ୍ୱ ଏବଂ ସାର୍ବଜନୀନ ଭୂମିକାର ଆରମ୍ଭ ଭାବେ ଗ୍ରହଣ କରାଯିବା ଉଚିତ । ଗୃହର ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ନିଜ ବିଦାୟୀ ଭାଷଣରେ କହିଛନ୍ତି, ସେ ସର୍ବଦା ଅନ୍ୟ ସଦସ୍ୟଙ୍କଠାରୁ କିଛି ଶିଖିବା ସହିତ ଗୃହର ସମସ୍ତ କାର୍ଯ୍ୟରେ ଯୋଗଦେବାକୁ ଚେଷ୍ଟା କରିଛନ୍ତି ।












Click it and Unblock the Notifications