ଭଗାରି ସାଜିଛି ଅଂଶୁଘାତ, ସାରା ଦେଶରୁ ନେଲାଣି ୫୬ ଜୀବନ

ଦିଲ୍ଲୀରୁ ପଲ୍ଲୀ ସବୁଠାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଯାହାପାଇଁ ଲୋକ ଜୀବନ ବଞ୍ଚିବା ପାଇଁ ଏକ ପ୍ରକାର କଷ୍ଟ ହୋଇଯାଇଛି । ରାଜଧାନୀ ଦିଲ୍ଲୀର ସମେତ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରଭାବରେ ପ୍ରାୟ ୫୬ ଜଣ ଲୋକଙ୍କର ଦେହାନ୍ତ ହୋଇ ସାରିଲାଣି। ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଅଧିକ ଉତ୍ତାପ ରହିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଧୀରେ ଧୀରେ ଏହା ହ୍ରାସ ପାଇବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ କହିଛି।

weather

ଚଳିତବର୍ଷ ମାର୍ଚ ମାସରୁ ଏବେ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁଁ ଅତି କମରେ ୫୬ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ମେ ମାସରେ ୪୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ନେସ୍‌ନାଲ୍‌ କ୍ଲାଇମେଟ୍‌ ଡାଟା ସେଣ୍ଟ୍‌ର୍‌ (ଏସ୍‌ସିଡିସି)ର ତଥ୍ୟରୁ ଜାଣିବାକୁ ମିଳିଛି।

ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ସେଲସିୟସ ରହୁଛି। ରାଜସ୍ଥାନ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ୪୫-୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୩୧ ରୁ ଜୁନ୍ ୨ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ବଜ୍ରପାତ ଏବଂ ବଜ୍ରପାତ ସହ ଅତି ହାଲୁକା / ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ବିହାରରେ ଏବେ ସୁଦ୍ଧା ୩୨ ଜଣଙ୍କର ଉତ୍ତାପଜନୀତ ମୃତ୍ୟୁ ହୋଇ ସାରିଲାଣି। ସେଥିମଧ୍ୟରୁ ୧୭ ଜଣ ଔରଙ୍ଗାବାଦ, ୬ ଜଣ ଆରାହ, ତିନିଜଣ ଗୟା ଏବଂ ରୋହତସରେ, ଦୁଇଜଣ ବୁକ୍ସର ଏବଂ ଜଣେ ପାଟନାର ବୋଲି ଜଣାପଡ଼ିଛି। ସେହିପରି ଓଡ଼ିଶାରେ ରାଉରକେଲାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ଏହାପୂର୍ବରୁ ବିହାରର ଦାରବଙ୍ଗାର ଜଣେ ୪୦ ବର୍ଷ ବୟସ୍କା ବ୍ୟକ୍ତି ଦିଲ୍ଲୀ ଏକ ହସ୍ପିଟାଲ୍‌ରେ ପ୍ରବଳ ଉତ୍ତାପ ହେତୁ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଶରୀରର ତାପମାତ୍ରା ୧୦୮ ଡିଗ୍ରୀ ଫାରେନାଇଟ୍‌କୁ ବୃଦ୍ଧି ପାଇଥିଲା। ସେ ଥିବା ରୁମ୍‌ରେ ଏସି ଲାଗିନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+