ନୂଆପଡ଼ାରେ ୫୬ଟି ନୂଆ ମତଦାନ କେନ୍ଦ୍ର
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଏହି ନିର୍ବାଚନରେ ୨,୪୮,୨୫୬ ଜଣ ମତଦାତା ଭୋଟ୍ ଦେବେ। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ନ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ ବୃଦ୍ଧି ପାଇଛି, ଯେଉଁଥିରେ ସହରାଞ୍ଚଳରେ ୩୬ଟି ଓ ଗ୍ରାମାଞ୍ଚଳରେ ୩୨୨ଟି କେନ୍ଦ୍ର ରହିଛି। ଏହା ସହିତ, ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି।

ମତଦାନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ୦୧.୦୭.୨୦୨୫କୁ ଯୋଗ୍ୟତା ତାରିଖ ଭାବେ ରଖି ରୋଷ୍ଟର ଚିଠା ଭୋଟର ତାଲିକା ଅଗଷ୍ଟ ୧୫ ରେ ପ୍ରକାଶିତ ହୋଇଛି। ମୋଟ ମତଦାତାଙ୍କ ସଂଖ୍ୟା ୨,୪୮,୨୫୬, ଯେଉଁଥିରେ ପୁରୁଷ ୧,୨୨,୧୦୩, ମହିଳା ୧,୨୬,୧୩୨, ତୃତୀୟ ଲିଙ୍ଗ ୨୧, ବରିଷ୍ଠ ନାଗରିକ ୨୦୦୭, ଯୁବ ମତଦାତା ୬୦୦୩ ଓ ଭିନ୍ନକ୍ଷମ ମତଦାତା ୪୦୦୦ ରହିଛନ୍ତି।












Click it and Unblock the Notifications