ଜଙ୍ଗଲରୁ ଜବତ ହେଲା ୫୨ କେଜି ସୁନା
Bhopal News: ଭୋପାଳ ଜଙ୍ଗଲରୁ ଜବତ ହେଲା ୫୨ କେଜି ସୁନା । ପୋଲିସ ଓ ଆୟକର ବିଭାଗର ମିଳିତ ଚଢାଉ ବେଳେ ଏତେ ମାତ୍ରାରେ ସୁନା ଜବତ ହୋଇଛି । ତେବେ ଜବତ କରାଯାଇଥିବା ସୁନାର ମୂଲ୍ୟ ପ୍ରାୟ ୪୦ କୋଟି ବୋଲି ଆକଳନ କରାଯାଉଛି । ତେବେ ସୁନା କହାର ସେନେଇ ବର୍ତ୍ତମାନ କୌଣସି ସୂଚନା ମିଳି ନାହିଁ ।

ସୂଚନା ଅନୁସାରେ, ଭୋପାଳ ଜଙ୍ଗଲରେ ଏକ କାରରେ ଏତେ ମାତ୍ରାରେ ସୁନା ଗଚ୍ଛିତ ହୋଇ ରଖାଯାଇଥିବା ନେଇ ସୂଚନା ମିଳିଥିଲା । ଯାହା ପରେ ପୋଲିସ ଏବଂ ଆୟକର ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗାଡି ସହ ସୁନା ଜବତ କରିଥିଲା । ତେବେ ଏତେ ମାତ୍ରାରେ ସୁନା ଜଙ୍ଗଲ ମଧ୍ୟ କିଏ ଛାଡି ଯାଇଛି ବା କାହା ସୁନା ସେନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ । ପୋଲିସ ସୁନା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications