Get Updates
Get notified of breaking news, exclusive insights, and must-see stories!

୫୧ ତମ 'ବିଜୟ ଦିବସ' ପାଳନ କରୁଛି ଭାରତ, ସହିଦଙ୍କୁ ଝୁରୁଛି ସାରା ଦେଶ

୫୧ ତମ 'ବିଜୟ ଦିବସ' ପାଳନ କରୁଛି ଭାରତ, ସହିଦଙ୍କୁ ଝୁରୁଛି ସାରା ଦେଶ

ନୂଆଦିଲ୍ଲୀ: ୧୯୭୧ ମସିହା ଆଜିର ଦିନରେ ପାକିସ୍ତାନକୁ ମାତ୍ ଦେଇଥିଲା ଭାରତ । ଆମ ଦେଶ ଆଜି ବିଜୟ ଲାଭ କରିଥିଲା । ସେହିଦିନଠୁ ପ୍ରତ୍ୟକ ବର୍ଷ ଡିସେମ୍ବର ୧୬ ତାରିଖ ଦିନକୁ ଭାରତ ବିଜୟ ଦିବସ ଭାବରେ ପାଳନ କରି ଆସୁଛି । ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା, ଯାହା ପରେ ପୂର୍ବ ପାକିସ୍ଥାନକୁ ସ୍ୱଧୀନତା ମିଳିଥିଲା, ଯାହା ଆଜିର ବାଂଲାଦେଶ ଭାବରେ ଜଣାଶୁଣା ।

ଭାରତ ଆଜି ୫୧ ତମ 'ବିଜୟ ଦିବସ' ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ । ସହିଦଙ୍କୁ ଝୁରୁଛି ସାରା ଦେଶ । ଆଜି ବିଜୟ ଦିବସ ଅବସରରେ 'ଜାତୀୟ ଯୁଦ୍ଧ ସ୍ମାରକୀ'ର ପୁଷ୍ମମାଲ୍ୟ ପ୍ରଦାନ ଉତ୍ସବରେ ଯୋଗ ଦେଇ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେହିପରି ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ତେ ଆର୍ମି ହାଉସରେ 'ଆର୍ଟ ହୋମ୍' ରିସେପସନରେ ଯୋଗ ଦେଇଥିଲେ ।

Vijay Diwas

୧୯୭୧ ରେ କ'ଣ ହୋଇଥିଲା ?
୧୯୭୧ ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା ଯାହାକୁ 'ପୂର୍ବ ପାକିସ୍ଥାନ' ବୋଲି କୁହାଯାଉଥିଲା । 'ପୂର୍ବ ପାକିସ୍ଥାନ'ର ଲୋକମାନଙ୍କୁ ପାକିସ୍ତାନୀ ସେନା ଦ୍ୱାରା ମାଡମାରିବା, ଶୋଷଣ, ବଳାତ୍କାର ଓ ହତ୍ୟା ଭଳି ଅତ୍ୟାଚାର କରାଯାଉଥିଲା । 'ପୂର୍ବ ପାକିସ୍ତାନ'ରେ ପାକିସ୍ତାନର ଅତ୍ୟାଚାର ବିରୋଧରେ ଭାରତ ବାଂଲାଦେଶକୁ ସମର୍ଥନ କରିଥିଲା । 'ପୂର୍ବ ପାକିସ୍ଥାନ'ରେ ପାକିସ୍ତାନର ସାମରିକ ଶାସକ ଜେନେରାଲ ଆୟୁବ ଖାନଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଥିଲା । ଡିସେମ୍ବର ୩, ୧୯୭୧ ରେ, ଭାରତ ସରକାର 'ପୂର୍ବ ପାକିସ୍ଥାନ'ର ଲୋକଙ୍କୁ ବଞ୍ଚାଇବା ପାଇଁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଫିଲ୍ମ ମାର୍ଶଲ ମାନେକଶାଙ୍କ ନେତୃତ୍ୱରେ ଏହି ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଭାରତର ପ୍ରାୟ ୩ ହଜାର ୯୦୦ ରୁ ଅଧିକ ସୈନିକ ସହିଦ ହୋଇଥିବା ବେଳେ ୯ ହଜାର ୮୫୧ ଜଣ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+