ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୫୧ ଜଣ ମାଓବାଦୀ
ଛତିଶଗଡ଼ର ବସ୍ତର ଡିଭିଜନର ବିଜାପୁର ଏବଂ ସୁକୁମା ଜିଲ୍ଲାରେ ଆଜି ମୋଟ ୫୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଉପରେ ୧ କୋଟି ୬୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲାରେ ୩୦ ଜଣ ମାଓବାଦୀ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି। ସେମାନଙ୍କ ଉପରେ ୮୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନେ ପୋଲିସ ଏବଂ ସି.ଆର୍.ପି.ଏଫ୍.ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ।

ସୁକମା ଜିଲ୍ଲାରେ ଆଜି ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଉପରେ ୭୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ସହ ପୁଲିସ ଏବଂ ସି.ଆର୍.ପି.ଏଫ୍. ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।












Click it and Unblock the Notifications