ଆପଣଙ୍କ ପାଖରେ ଅଛି କି ଏଭଳି ‘ଷ୍ଟାର ଚିହ୍ନ’ ଥିବା ୫୦୦ ଟଙ୍କିଆ ନୋଟ୍ ? ଜାଣନ୍ତୁ, ଏହା ଅସଲି ନା ନକଲି ?

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ଏକ ବୟାନ ଜାରି ରହିଛି । ୫୦୦ ଟଙ୍କିଆ 'ଷ୍ଟାର ଚିହ୍ନ' ନୋଟକୁ ନେଇ ଆରବିଆଇ ଏକ ସୂଚନା ପ୍ରଦାନ କରିଛି ।

ଏହି ନୋଟଗୁଡିକ ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଛି । ଆରବିଆଇ କହିଛି ଯେ ଷ୍ଟାର ସଙ୍କେତ ଥିବା ବ୍ୟାଙ୍କ ନୋଟ, ଷ୍ଟାର ସଙ୍କେତ ନଥିବା ନୋଟ ପରି ବୈଧ । ଆରବିଆଇ କହିଛି ଯେ, ବ୍ୟାଙ୍କ ନୋଟରେ ଥିବା କ୍ରମିକ ସଂଖ୍ୟା ମଧ୍ୟରେ ଷ୍ଟାର ସଙ୍କେତ ସୂଚାଉଛି ଯେ ଏହି ନମ୍ବରର ନୋଟ ଯଦି ନଷ୍ଟ ହୋଇଯାଇ ଥାଏ ତେବେ ଷ୍ଟାର ରହୁଛି । ଅର୍ଥାତ ଏହି ନମ୍ବରର ନୋଟ୍ ଖରାପ ହେବା ପରେ ଯଦି ନୋଟ୍ ପରିବର୍ତ୍ତନ କରାଯାଇଛି କିମ୍ବା ପୁନଃ ମୁଦ୍ରିତ ହୋଇଛି ତେବେ ଷ୍ଟାର ଚିହ୍ନ ରହିବ ।

500 Note

ସୂଚନାଯୋଗ୍ୟ ଯେ, ନୋଟର ନମ୍ବର ପ୍ୟାନେଲରେ ଷ୍ଟାର ଚିହ୍ନ ରହିଥିବାରୁ ଏହାର ବୈଧତାକୁ ନେଇ କିଛି ସୋସିଆଲ ମିଡ଼ିଆ ପୋଷ୍ଟରେ ଆଶଙ୍କା ଜାହିର କରାଯାଇଥିଲା । ନୋଟର ନମ୍ବର ଓ ତା' ପୂର୍ବରୁ ରହିଥିବା ଅକ୍ଷର ମଧ୍ୟରେ ଏହି ଚିହ୍ନକୁ ଲଗାଯାଇଛି । ଏହି ନୋଟକୁ ନେଇ ଏକ ପୋଷ୍ଟ ଦ୍ରୁତ ଭାବେ ଭାଇରାଲ ହେବାରେ ଲାଗିଥିଲା । ନୋଟର ସିରିୟଲ ନମ୍ବର ମଧ୍ୟରେ ରହିଥିବା ଷ୍ଟାର ଚିହ୍ନକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା । ଏପରିକି ମାର୍କେଟକୁ ଆସିଥିବା ଏହି ନୋଟ ନକଲି ବୋଲି ମଧ୍ୟ ଅନେକ କହିଥିଲେ । କିଛି ବ୍ୟାଙ୍କ ଏହି ନୋଟ ନେବାକୁ ମନା କରିଦେଇଥିବା ନେଇ କିଛି ୟୁଜର୍ସ ଦାବି କରିଥିଲେ ।

ଏଥିସହିତ ଏହି ନକଲି ନୋଟକୁ ନେଇ ସଚେତନ ରହିବାକୁ ଉକ୍ତ ୟୁଜର୍ସ ସମସ୍ତଙ୍କୁ ଅପିଲ କରିଥିଲେ । ନୋଟବନ୍ଦୀ ପରେ ୨୦୧୬ ମସିହା ଡିସେମ୍ବର ମାସରେ ଆରବିଆଇ ଏହି ନୋଟକୁ ଜାରି କରିଥିଲା । ସେହି ସମୟରେ ଆରବିଆଇ ଷ୍ଟାର ଚିହ୍ନିତ କିଛି ୫୦୦ ଟଙ୍କିଆ ନୋଟ ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+