Get Updates
Get notified of breaking news, exclusive insights, and must-see stories!

ହରିୟାଣାରେ ଇଣ୍ଡିଆନ ଅଏଲର ବିଶୋଧନାଗାର ପକ୍ଷରୁ ଲୋକାର୍ପିତ ହେଲା ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର

ପାନିପଥ ଠାରେ ଇଣ୍ଡିଆନ ଅଏଲର ବିଶୋଧନାଗାର ପକ୍ଷରୁ ଲୋକାର୍ପିତ ହୋଇଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ତଥା ଗୁରୁ ତେଜ୍ ବାହାଦୁର ସଞ୍ଜିବନୀ ହସ୍ପିଟାଲ୍‌କୁ ଇଣ୍ଡିଆନ ଅଏଲ ମାଗଣାରେ ଦୈନିକ ୧୫ ମେଟ୍ରିକ୍ ଟନ ଗ୍ୟାସୀୟସ ଅକ୍ସିଜେନ୍ ଯୋଗାଇବ ବୋଲ

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥ ଠାରେ ଇଣ୍ଡିଆନ ଅଏଲର ବିଶୋଧନାଗାର ପକ୍ଷରୁ ଲୋକାର୍ପିତ ହୋଇଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ତଥା ଗୁରୁ ତେଜ୍ ବାହାଦୁର ସଞ୍ଜିବନୀ ହସ୍ପିଟାଲ୍‌କୁ ଇଣ୍ଡିଆନ ଅଏଲ ମାଗଣାରେ ଦୈନିକ ୧୫ ମେଟ୍ରିକ୍ ଟନ ଗ୍ୟାସୀୟସ ଅକ୍ସିଜେନ୍ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra Pradhan

ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‌ଙ୍କ ଉପସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇଣ୍ଡିଆନ ଅଏଲର ଏହି ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ବେଡ୍ ସହ ତେଜ୍ ବାହାଦୁର ସଞ୍ଜିବନୀ ହସ୍ପିଟାଲର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଞ୍ଜିବନୀ ହସ୍ପିଟାଲ୍‌ରେ ବ୍ୟବସ୍ଥିତ ପ୍ରତ୍ୟେକ ଶଯ୍ୟାକୁ ଅକ୍ସିଜେନ୍ ଯୋଗାଯିବାର ବ୍ୟବସ୍ଥା କରାଯାଇଛି । ଇଣ୍ଡିଆନ ଅଏଲ ମାଗଣାରେ ଏହି ହସ୍ପିଟାଲକୁ ୧୫ ମେଟ୍ରିକ୍ ଟନ ଗ୍ୟାସୀୟସ ଅକ୍ସିଜେନ୍ ଯୋଗାଇବ । ପାନିପଥ ରିଫାଇନାରୀର
ଏମଇଜି ପ୍ଲାଂଟ ସହ ସଂଯୋଗ ହୋଇଥିବା ଏକ ଷ୍ଟିଲ୍ ପାଇପଲାଇନ ସାହଯ୍ୟରେ ଗ୍ୟାସୀୟସ ଅକ୍ସିଜେନ୍ ଯୋଗାଯିବ । ଏହି ସୁବିଧା ହରିୟାଣାର ପାନିପଥ, ସୋନିପଥ, କର୍ଣ୍ଣଲ ଏବଂ ଅନ୍ୟାନ୍ୟ ଅଂଚଳରେ କୋଭିଡ୍ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବାରେ ସହାୟକ ହେବ ।

ସେହିପରି ପାନିପଥରର କୋଭିଡ଼ କେୟାର ସେଂଟରରେ ନିୟୋଜିତ ଡ଼ାକ୍ତର ମାନଙ୍କ ପାଇଁ ମଧ୍ୟ ନିକଟବର୍ତି ହୋଟେଲରେ ଇଣ୍ଡିଆନ ଅଏଲ ପକ୍ଷରୁ ଆଗାମୀ ୬ ମାସ ପାଇଁ ୫୦ଟି ରୁମର ବ୍ୟବସ୍ଥା କରାଯାଇଛି । କୋଭିଡ୍‌-୧୯ ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ହରିୟାଣାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଇଣ୍ଡିଆନ ଅଏଲକୁ କୃତଜ୍ଞତା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+