ଅପରାହ୍ନ ୩ ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ?

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ । ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୯୪ ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି ଆସାମର ୪, ବିହାରର ୫, ଛତିଶଗଡ଼ର ୭, ଗୋଆର ୨, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୯, ମହାରାଷ୍ଟ୍ରର ୧୧, ଉତ୍ତର ପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଜମ୍ମୁ-କାଶ୍ମୀରର ୧, ଦାଦ୍ରା ନଗର ହାଭେଳି-ଡାମନ ଡିଉର ଗୋଟିଏ ଲେଖାଏଁ ଆସନ ।

ଆଉ ଆଜି ଅପରାହ୍ନ ୩ ଟା ସୁଦ୍ଧା ମୋଟ୍ ୫୦.୭୧ ପ୍ରତିଶତ ମତଦାନ ଗ୍ରହଣ ହୋଇଛି । ସେଥି ମଧ୍ୟରୁ ଆସାମରେ ୬୩.୦୮% ଛତିଶଗଡରେ ୪୬.୬୯% ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଡିୟୁ ୫୨.୪୩% ଗୋଆରେ ୬୧.୩୯% ଗୁଜୁରାଟରେ ୪୭.୦୩% କର୍ଣ୍ଣାଟକରେ ୫୪.୨୦% ମଧ୍ୟପ୍ରଦେଶରେ ୫୪.୦୯% ମହାରାଷ୍ଟ୍ରରେ ୪୨.୬୩% ଉତ୍ତରପ୍ରଦେଶ ୪୬.୭୮% ଏବଂ ପଶ୍ଚିମ ବଙ୍ଗରେ ୬୩.୧୧% ମତଦାନ ଗ୍ରହଣ ହୋଇଛି ।

ଅପରାହ୍ନ ୩ ଟା ସୁଦ୍ଧା ୟୁପିରେ ମତଦାନ

ଅପରାହ୍ନ ୩ ଟା ସୁଦ୍ଧା ୟୁପିରେ ହୋଇଥିବା ମତଦାନ ମଧ୍ୟରେ
ସମ୍ୱାଲ୍ - ୫୨.୯୪ ପ୍ରତିଶ. ହାଥରସ - ୪୪.୬୩ ପ୍ରତିଶତ ଆଗ୍ରା - ୪୩.୬୭ ପ୍ରତିଶତ, ଫତେହପୁର ସିକ୍ରି - ୪୬.୧୮ ପ୍ରତିଶତ, ଫିରୋଜାବାଦ - ୪୭.୮୦ ପ୍ରତିଶତ, ମେନପୁରୀ - ୪୬.୮୦ ପ୍ରତିଶତ , ଏଟା - ୪୮.୯୩ ପ୍ରତିଶତ, ବାଦାଉନ୍ - ୪୫.୪୪ ପ୍ରତିଶତ , ଆମଲା - ୪୬.୭୫ ପ୍ରତିଶତ, ବରେଲି - ୪୫.୯୬ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି ।

vote

ଅପରାହ୍ନ ୩ ଟା ସୁଦ୍ଧା ଛତିଶଗଡରେ ୫୮.୧୯ ପ୍ରତିଶତ ଭୋଟ ଗ୍ରହଣ

ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଲାସପୁରରେ ୫୦.୭୬% ଭୋଟ୍‌, ଡଗରରେ ୫୮.୦୬%, ଜଞ୍ଜଗିରରେ ୫୫.୩୮%, କୋରବାରେ ୬୨.୧୪%, ରାୟଗଡରେ ୬୭.୮୭%, ରାୟପୁରରେ ୫୧.୬୬% ଏବଂ ସୁରଗୁଜାରେ ୬୫.୩୧% ଭୋଟ୍ ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+