ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପୋଲିସ ଦ୍ବାରା ୫୦ ନକ୍ସଲ ଗିରଫ

୫୦ ମାଓବାଦୀ ଗିରଫ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର । ଗିରଫଙ୍କ ମଧ୍ୟରେ ୨୩ ପ୍ଲାଟୁନ ମାଓ ସଦସ୍ୟ, ୫ ଡିଭିଜନାଲ କମିଟି ମେମ୍ବର । ଗିରଫ ମାଓମାଦୀଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ଏରିଆ କମିଟି ସଦସ୍ୟ ଥିବା ଇଣ୍ଟେଲିଜେନ୍ସ ଏଡିଜି ମହେଶ ଚନ୍ଦ୍ର ଲଡ୍ଡା ସୂଚନା ଦେଇଛନ୍ତି ।

50 Naxalites arrested

ସେପଟେ ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡରଙ୍କ ଅପିଲ । ଗତକାଲି ହିଡ୍ ମାର ମୃତ୍ୟୁ ପରେ ଭିଡିଓ ଜାରି କରିଛି ଭୂପତି । ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ ବୋଲି ଭୂପତି କହିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ବଦଳୁଛି । ତେଣୁ ଅସ୍ତ୍ର ଛାଡ଼ି ଲୋକଙ୍କ ପାଖକୁ ଯିବାକୁ ପଡ଼ିବ ବୋଲି କହିଛନ୍ତି ଭୂପତି । ଦେଢ଼ ମାସ ତଳେ ଗଡ଼ଚିରୋଲିରେ ଆତ୍ମସମର୍ପଣ କରିଥିଲେ ଭୂପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+