୩୦୦ ଫୁଟ ତଳକୁ ଖସିଲା ଯବାନଙ୍କ ଗାଡ଼ି, ୫ ସହିଦ, ଏକାଧିକ ଆହତ
ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଚ ଜିଲ୍ଲାର ମେନ୍ଧର ସବ୍ ଡିଭିଜନର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି ଗଭୀର ଖାଇକୁ ଖସି ପଡ଼ିଥିଲା। ଏଥିରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ୧୦ ଜଣ ଯବାନ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ପୁଞ୍ଚ ଜିଲ୍ଲାର ମେନ୍ଧର ସବ୍ ଡିଭିଜନ୍ ଅନ୍ତର୍ଗତ ମନକୋଟ ସେକ୍ଟରର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି 300 ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି ଓ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେନା ଯବାନମାନେ ଗାଡ଼ିରେ ନିଜ ପୋଷ୍ଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିରେ ମୋଟ ୧୮ ଜଣ ଯବାନ ଥିଲେ।
ସୂଚନା ଅନୁସାରେ, ୧୧ ମାଡ୍ରାସ ଲାଇଟ ଇନଫାଣ୍ଟରୀ(୧୧ଏମଏଲଆଇ)ର ଯବାନମାନେ ଆଜି ନିଲମ ହେଡକ୍ୱାର୍ଟର୍ସରୁ ବାଲନୋଇ ଘୋରା ପୋଷ୍ଟକୁ ଫେରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସେନା ଗାଡ଼ିଟି ମାତ୍ର କିଛି ଦୂରରେ ରହିଥିଲା। ଏତିକି ବେଳେ ଅଣ ଓସାରିଆ ରାସ୍ତାରେ ଏହା ଭାରସାମ୍ୟ ହରାଇଥିଲା। ଫଳରେ ଗାଡ଼ିଟି ସିଧା ସଡ଼କ ପଥରୁ 300 ଫୁଟ ତଳେ ଥିବା ଖାଇକୁ ଖସି ପଡ଼ିଥିଲା।

ଖବର ପାଇ ୧୧ ଏମଏଲଆଇର କ୍ୱିକ ରିଆକ୍ସନ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେହିଠାରେ ହିଁ ଆହତ ଯବାନମାନଙ୍କୁ ପ୍ରଥମେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।












Click it and Unblock the Notifications