Get Updates
Get notified of breaking news, exclusive insights, and must-see stories!

କେରଳରେ ଭୂସ୍ଖଳନ ନେଲା 5 ଜୀବନ

ଲଗାଣ ବର୍ଷା ଯୋଗୁଁ କେରଳରେ ସ୍ଥିତି ଗମ୍ଭୀର ହୋଇଛି । କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏହି ଅଘଟଣରେ 5ଜଣଙ୍କର ମୃତ୍ୟୁ ହୋଇଛି ।

ଥିରୁଅନନ୍ତପୁରମ: ଲଗାଣ ବର୍ଷା ଯୋଗୁଁ କେରଳରେ ସ୍ଥିତି ଗମ୍ଭୀର ହୋଇଛି । କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏହି ଅଘଟଣରେ 5 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମେ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରେ 2 ଜଣ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ପ୍ରବଳ ବର୍ଷା ପାଇଁ ଏକ ଘର ଭୁଶୁଡି ପଡିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

kerala

ସୂଚନା ଅନୁସାରେ, ଘଟଣାଟି ମଧ୍ୟରାତ୍ରରେ ହୋଇଛି । ଏହି ପରିବାର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଘରଟି ଭୁଶୁଡିପଡିଥିବା ସନ୍ଦେହ କରାଯାଉଛି। ଗତ ଦୁଇ ଦିନରେ କେରଳର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ପୂର୍ବରୁ ଚଳିତ ମାସ 20 ତାରିଖରେ ଉତ୍ତରାଖଣ୍ଡରେ ଓ ଏହା ପୂର୍ବରୁ ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ ପଥର ଖଣ୍ଡ ରାସ୍ତା ଉପରକୁ ଖସିଥିଲା । ପାହାଡ଼ରୁ ଭୂସ୍ଖଳନ ହେଉଥିବା ବେଳେ ରାସ୍ତାଘାଟ ମଧ୍ୟ ଭାଙ୍ଗିଯାଇଥିଲା । ପ୍ରକୃତିର ଏହି ଭୟଙ୍କର ରୂପକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ ଯାହାକୁ ଦେଖିଲେ ଛାତି ଧରି ଉଠୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+