For Quick Alerts
Turn On Notification  
For Daily Alerts
Oneindia App Download

କେରଳରେ ଭୂସ୍ଖଳନ ନେଲା 5 ଜୀବନ

ଲଗାଣ ବର୍ଷା ଯୋଗୁଁ କେରଳରେ ସ୍ଥିତି ଗମ୍ଭୀର ହୋଇଛି । କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏହି ଅଘଟଣରେ 5ଜଣଙ୍କର ମୃତ୍ୟୁ ହୋଇଛି ।

|

ଥିରୁଅନନ୍ତପୁରମ: ଲଗାଣ ବର୍ଷା ଯୋଗୁଁ କେରଳରେ ସ୍ଥିତି ଗମ୍ଭୀର ହୋଇଛି । କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏହି ଅଘଟଣରେ 5 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମେ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରେ 2 ଜଣ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ପ୍ରବଳ ବର୍ଷା ପାଇଁ ଏକ ଘର ଭୁଶୁଡି ପଡିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

kerala

ସୂଚନା ଅନୁସାରେ, ଘଟଣାଟି ମଧ୍ୟରାତ୍ରରେ ହୋଇଛି । ଏହି ପରିବାର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଘରଟି ଭୁଶୁଡିପଡିଥିବା ସନ୍ଦେହ କରାଯାଉଛି। ଗତ ଦୁଇ ଦିନରେ କେରଳର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ପୂର୍ବରୁ ଚଳିତ ମାସ 20 ତାରିଖରେ ଉତ୍ତରାଖଣ୍ଡରେ ଓ ଏହା ପୂର୍ବରୁ ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ ପଥର ଖଣ୍ଡ ରାସ୍ତା ଉପରକୁ ଖସିଥିଲା । ପାହାଡ଼ରୁ ଭୂସ୍ଖଳନ ହେଉଥିବା ବେଳେ ରାସ୍ତାଘାଟ ମଧ୍ୟ ଭାଙ୍ଗିଯାଇଥିଲା । ପ୍ରକୃତିର ଏହି ଭୟଙ୍କର ରୂପକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ ଯାହାକୁ ଦେଖିଲେ ଛାତି ଧରି ଉଠୁଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A yellow alert for rainfall has been predicted for all Kerala districts, except Kasaragod, tomorrow.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X