ଆଜିଠାରୁ ୫ଟି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଯିବେ । ସେହି ରାଷ୍ଟ୍ର ଗୁଡ଼ିକ ହେଉଛି - ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ୍‍ ଏବଂ ନାମିବିୟା । ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଘାନାକୁ ଯିବେ । ସେଠାରେ ଘାନାର ରାଷ୍ଟ୍ରପତିଙ୍କ ସହିତ ଦ୍ୱିପାକ୍ଷିକ ଅର୍ଥନୈତିକ, ଶକ୍ତି ଓ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସେ ଆଲୋଚନା କରିବେ ।

ଏହାପରେ ୩ ତାରିଖ ଦିନ ଶ୍ରୀ ମୋଦୀ ତ୍ରିନିଦାଦ ଓ ଟୋବାଗୋ ଗସ୍ତରେ ଯିବେ । ରାଷ୍ଟ୍ରପତି ଖ୍ରୀଷ୍ଟାଇନ୍‍ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପରସାଦ ବିଶେସର୍‍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ । ସେଠାକାର ଯୁଗ୍ମ ସଂସଦୀୟ ଅଧିବେଶନରେ ଶ୍ରୀ ମୋଦୀ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ୪ ତାରିଖ ଦିନ ଆର୍ଜେଣ୍ଟିନାରେ ପହଞ୍ôଚବେ ।

ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ପ୍ରତିପକ୍ଷ ମିଲେଇଙ୍କ ସହ ପ୍ରତିରକ୍ଷା, କୃଷି, ଖଣି ଖନନ, ତୈଳ ଓ ବାଷ୍ପ, ନବୀକରଣ ଶକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ । ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ୫ ତାରିଖରେ ବ୍ରାଜିଲ୍‍ରେ ପହଞ୍ôଚବେ ।

narendra modi

ବ୍ରାଜିଲ୍‍ର ରିଓ-ଡି-ଜେନେରିଓ ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ୮ ତାରିଖ ପର୍ଯ୍ୟନ୍ତ ରହଣି ଅବସରରେ ଶାନ୍ତି, ସୁରକ୍ଷା, ବହୁ କ୍ଷେତ୍ରୀୟ ସଶକ୍ତିକରଣ, କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ସେଠାକାର ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ । ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦୀ ଜୁଲାଇ ୯ ତାରିଖରେ ନାମିବିୟା ଗସ୍ତରେ ଯିବେ । ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନାମିବିୟା ଗସ୍ତ । ସେଠାରେ ସେ ନାମିବିୟା ରାଷ୍ଟ୍ରପତି ନାନ୍ଦି ଏନ୍‍.ଦାୟିତ୍ୱାହାଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+