ସପ୍ତଶଯ୍ୟାରେ ୫ ନିଖୋଜ ଛାତ୍ରଙ୍କୁ ଠାବକଲା ବନ ବିଭାଗ
ଢେଙ୍କାନାଳ : ଗତକାଲି ନିଖୋଜ ୫ ଯୁବକଙ୍କୁ ଉଦ୍ଧାର କଲେ ପୁଲିସ ଓ ବନ ବିଭାଗ କର୍ମଚାରୀ ।ନିର୍ମାଣ ହେଉଥିବା ଏକ ସ୍ପିରିଟ କମ୍ପାନୀ ପରିସରରୁ ହୋଇଛନ୍ତି ଉଦ୍ଧାର । ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଗତକାଲି ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ । ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନଥିଲେ । ଉଦ୍ଧାର ପରେ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରିବାରକୁ ହସ୍ତାନ୍ତର କଲା ପୋଲିସ । ସମସ୍ତ ଛାତ୍ର ହେଲେ କଟକ ଲିଙ୍କ୍ ରୋଡ୍ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ୍ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ।

ସୂଚନାନୁସାରେ ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ ଏହି ୫ ଛାତ୍ର । ବୁଲାବୁଲି ଭିତରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ଫେରିବା ବାଟ ପାଇ ପାରି ନଥିଲେ । ଦିନ ସାରା ବର୍ଷା ଲାଗି ରହି ଥିବାରୁ ରାତି ହେବାରୁ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା । ଏହାପରେ ଜଣେ ଛାତ୍ର ନିଜ ଘରକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇ ଉଦ୍ଧାର କରିବାକୁ କହିଥିଲେ ।












Click it and Unblock the Notifications