ହସ୍ପିଟାଲ୍ରେ ପଶି କଏଦୀଙ୍କୁ ଗୁଳି କରି ହତ୍ୟା
ବିହାରର ରାଜଧାନୀ ପାଟନାର ପାରସ ହସ୍ପିଟାଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଚିକିତ୍ସା ପାଇଁ ପାରୋଲରେ ମୁକ୍ତ ହୋଇଥିବା ଜଣେ ବନ୍ଦୀଙ୍କୁ ପାଞ୍ଚଜଣ ଦୁର୍ବୃତ୍ତ ହସ୍ପିଟାଲ ଭିତରେ ଗୁଳି କରି ହତ୍ୟା କରିଛନ୍ତି। ଯାହା ବିହାରର ଆଇନ ଓ ଶୃଙ୍ଖଳା ସ୍ଥିତି ଉପରେ ପୁନର୍ବାର ପ୍ରଶ୍ନ ଉଠାଇଛି ,ପୁଲିସ ଅନୁଯାୟୀ, ଏହି ଗୁଳିକାଣ୍ଡ ପାଟନାର ରାଜା ବଜାର ଅଞ୍ଚଳରେ ଥିବା ପାରସ ହସ୍ପିଟାଲରେ ଘଟିଛି।

ପାଞ୍ଚଜଣ ଅଜଣା ବନ୍ଧୁକଧାରୀ ହସ୍ପିଟାଲ ଭିତରେ ପଶି ପାରୋଲରେ ଥିବା ଅପରାଧୀ ଚନ୍ଦନ ମିଶ୍ରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଚନ୍ଦନ ମିଶ୍ର ନାମକ ଜଣେ ବ୍ୟକ୍ତି, ଯିଏ ବକ୍ସର ଜିଲ୍ଲାରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ, ଏବଂ ତାଙ୍କ ବିରୁଦ୍ଧରେ ଅନେକ ହତ୍ୟା ମାମଲା ରହିଥିଲା। ତାଙ୍କୁ ଚିକିତ୍ସା ପାଇଁ ବେଉର ଜେଲରୁ ମେଡିକାଲ ପାରୋଲରେ ମୁକ୍ତ କରାଯାଇଥିଲା ଏବଂ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
ସେ ଚିକିତ୍ସା ପାଇଁ ପାରୋଲରେ ଥିବା ବେଳେ ଶତ୍ରୁ ଗ୍ୟାଙ୍ଗର ସଦସ୍ୟମାନେ ଏହା ଜାଣି ପାରି ତାଙ୍କୁ ଟାର୍ଗେଟ କରି ଏହି ହମଲା କରିଥିବା ଅନୁମାନ କରାଯାଉଛି। ପାଟନା ଏସଏସପି କାର୍ତ୍ତିକେୟ ଶର୍ମାଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ଚନ୍ଦନଙ୍କୁ ଚାରି ରାଉଣ୍ଡ ଗୁଳିମାଡ କରିଥିଲେ। ଏଥିରେ ଘାୟଲ ହୋଇ ଚନ୍ଦନ ଗୁରୁତର ଅବସ୍ଥାରେ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।












Click it and Unblock the Notifications