ଯବାନଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ
ଛତିଶଗଡ଼: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। କୋମ୍ବିଂ ଅପରେସନ ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ମାଓବାଦୀ। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି।

ସୁରକ୍ଷାବଳଙ୍କ ଗୁଳିରେ ୫ ମାଓବାଦୀ ନିପାତ ହୋଇଥିବା ସୂଚନା । କାଙ୍କେର-ନାରାୟଣପୁରସୀମାରେ ସର୍ଚ୍ଚଅପରେସନ ଜାରି ରହିଛି । ଏହି ଘଟଣାରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏୟାର ଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।












Click it and Unblock the Notifications