ବସରେ ନିଆଁ ଲାଗି ୫ ଯାତ୍ରୀ ଜୀବନ୍ତ ଦଗ୍ଧ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ମୋହନଲାଲଗଞ୍ଜ ଅଞ୍ଚଳରେ, ଦିଲ୍ଲୀରୁ ବିହାର ଯାଉଥିବା ଏକ ସ୍ଲିପର ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ମୁତାବକ, ବସ୍‌ରେ ଯାତ୍ରା ପ୍ରାୟ ୬୦ ଜଣ ଯାତ୍ରୀ ରହିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର କାଚ ଭାଙ୍ଗି ବସରୁ ଫେରାର୍ ହୋଇଯାଇଛି । ମାତ୍ର ୧୦ମିନିଟ୍ ମଧ୍ୟରେ ବସ୍ ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଗଲା । ଲକ୍ଷ୍ନୌର ମୋହନଲାଲଗଞ୍ଜ ଅଞ୍ଚଳର କିଷାନ ପଥ ଉପରେ ଏହି ଘଟଣା ଘଟିଥିଲା ।

bus

ଦିଲ୍ଲୀରୁ ବିହାର ଯାଉଥିବା ଏକ ଘରୋଇ ସ୍ଲିପର ବସ୍ ହଠାତ୍ ନିଆଁ ଲାଗିଯାଇଥିଲା । ଅଧିକାଂଶ ଯାତ୍ରୀ ଗଭୀର ନିଦରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନିଆଁ ପ୍ରକୋପରେ ମାତ୍ର ୧୦ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌ଟି ଜଳି ପାଉଁଶ ହୋଇଯାଇଥିଲା ।ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀମାନେ ପ୍ରାୟ ଅଧ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ବସ୍‌ର ଜରୁରୀକାଳୀନ ଦ୍ୱାର ଖୋଲି ନଥିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ବାହାରକୁ ବାହାରିବାରେ ଅସୁବିଧା ହୋଇଥିଲା । ଏହି କାରଣରୁ ଅନେକ ଲୋକ ଫସି ରହିଲେ ଏବଂ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+