ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଦୁଇଟି କାର୍ ମୁହାଁମୁହିଁ ଧକ୍କା: ୫ ମୃତ
ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହା ଛାତିକୁ ଥରାଇ ଦେଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ସୂଚନାନୁଯାୟୀ, ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା । ଗାଡ଼ି ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁଇଟି କାର୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଜରେ କିମ୍ବା ଦୁଇ ଜଣ କାର୍ ଗ୍ଲାସ୍ ଦେଇ ରାସ୍ତାରେ ପଡିଥିଲେ । ଘଟଣାସ୍ଥଳରେ ୫ଜଣଙ୍କରମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଥିଲେ । ଏପରି ଅଘଟଣ ବିକାନେରର ଶିଖୱାଲ ଅଞ୍ଚଳରେ ଘଟିଥିଲା । ସୋମବାର ବିଳମ୍ବତ ରାତିରେ ଏପରି ଅଘଟଣର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ପୋଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି । ମୃତକ ମନୋଜ ଜାଖର, କରଣ, ସୁରେନ୍ଦ୍ର କୁମାର, ଦିନେଶ ଏବଂ ମଦନ ସରନ ବୋଲି ପୋଲିସ ଚିହ୍ନଟ କରିଛି । ପୋଲିସ ମୃତଦେହଗୁଡ଼ିକୁ ଜିଲ୍ଲା ହସ୍ପିଟାଲର ପୋଷ୍ଟମର୍ଟମ ରୁମରେ ରଖିଛି। ଦୁର୍ଘଟଣାରେ ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।












Click it and Unblock the Notifications