ନୌସେନା ଗୁଳିରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ, ଶ୍ରୀଲଙ୍କା ହାଇ କମିଶନରଙ୍କୁ ଡକାଇଲା ଭାରତ

ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛି ଶ୍ରୀଲଙ୍କା ନୌସେନା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କା ନୌସେନାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛି । ମନ୍ତ୍ରଣାଳୟ ଏ ନେଇ ଶ୍ରୀଲଙ୍କାର ଉଚ୍ଚାୟୁକ୍ତଙ୍କୁ ତଲବ କରିଛି । ମନ୍ତ୍ରଣାଳୟର କହିବା ଅନୁସାରେ, ଡିଲଫ୍ଟ ଦ୍ବୀପ ନିକଟରେ ଶ୍ରୀଲଙ୍କା ନୌସେନାର ଫାୟାରିଂରେ ଦୁଇ ଭାରତୀୟ ମତ୍ସଜୀବିଙ୍କ ଜାଫନା ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ଶ୍ରୀଲଙ୍କା ଦୂତାବାସ ଅଧିକାରୀଙ୍କୁ ଜବାବ ତଲବ କରିବା ସହ କଡା ବିରୋଧ ପ୍ରକାଶ କରିଛି।'

ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ମଙ୍ଗଳବାର ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନା ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିବା ଏକ ମାଛ ଧରିବା ଡଙ୍ଗା ଉପରେ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଦୁଇଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିବାବେଳେ ତିନି ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶ୍ରୀଲଙ୍କା ଜାଫନାରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନେ ହସ୍ପିଟାଲରେ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେମାନେ ଆହତ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାପଡିଛି।'

5 Indian fishermen
MEA ବିବୃତ୍ତି ଅନୁଯାୟୀ, ଭାରତ ସରକାର ସର୍ବଦା ଜୀବିକା ନିର୍ବାହର ଚିନ୍ତାକୁ ଧ୍ୟାନରେ ରଖି ମତ୍ସ୍ୟଜୀବୀମାନଙ୍କ ସହ ଜଡ଼ିତ ସମସ୍ୟାଗୁଡ଼ିକୁ ମାନବିକ ଭାବରେ ସମାଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ କୌଣସି ପରିସ୍ଥିତିରେ ବଳପ୍ରୟୋଗ ଗ୍ରହଣୀୟ ନୁହେଁ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+